ବିଜେଡି ହାତରେ ଧାମନଗର ଏନଏସି

0

ଭଦ୍ରକ : ଭଦ୍ରକ ଜିଲ୍ଲାର ଧାମନଗର ଏନଏସିରେ ମୋଟ ୧୧ଟି ୱାର୍ଡ଼ରୁ ୯ଟି ୱାର୍ଡ଼ରେ ବିଜେଡ଼ି କାଉନସିଲର ବିଜୟୀ ହୋଇଥିବାବେଳେ ୨ଟି ୱାର୍ଡରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଲେ ନିବେଦିତା । ସେ ୬୦୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ପୁଷ୍ପାଶ୍ରୀ ସାମଲ ୪୯୧୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଗଣତି।

Leave a comment