୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ ଯୋଗାଇ ଦିଆଯିବ ପାଇପ୍ ଜଳ, ଜୁନ୍ ଶେଷ ସୁଦ୍ଧା ଶେଷ ହେବ ଆହୁରି ୧୪ଟି ପ୍ରକଳ୍ପ
ଭୁବନେଶ୍ୱର,: ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ପାଇପ୍ ଜଳ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ପୂରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି କହିଛି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୨୪୦୨ଟି ଗାଁ କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜୁନ୍ ଶେଷ ସୁଦ୍ଧା ଆହୁରି ୧୪ଟି ପ୍ରକଳ୍ପ ଶେଷ ହେବ।
ସେପ୍ଟେମ୍ବର ସୁଦ୍ଧା ୩୫ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ।ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୩୬୯ଟି ସୋଲାର୍ ପିଡବ୍ଲୁଏସ୍ ସମ୍ପୂର୍ଣ୍ଣ ହୋଇଛି।୨୦୨୪ ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳ ସଂକଟ ଦୂର ପାଇଁ ୩୭ ହଜାର ୮୭୬ଟି ନଳକୂପକୁ ଅନୁମୋଦନ ଦିଆଯାଇଛି। ଚଳିତ ବର୍ଷ ଜଳ କଷ୍ଟ ଅଞ୍ଚଳର ପାନୀୟ ଜଳ ଯୋଗାଣ ପାଇଁ ୬୨୯ଟି ଟ୍ୟାଙ୍କର୍ ଯୋଗାଇ ଦିଆଯାଇଛି। ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ମୋଟ ୮୨୮୧ଟି ଜଳ ଛତ୍ର ଖୋଲାଯାଇଛି। ଏପର୍ଯ୍ୟନ୍ତ ମୋଟ ୨୦ ହଜାର ୮୭୫ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ ଜାରି ରହିଛି। ଏହାଛଡ଼ା ୭୦୪୨ଟି ଗ୍ରାମକୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି।