ଏହି ସପ୍ତାହର ରାଶିଫଳ(୧୫ ଅକ୍ଟୋବର ୨୦୨୬ ରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ଜଳ ବିଷୁବ (ତୁଳା) ସଂକ୍ରାନ୍ତି, ଶରଣ ଓ ଶାରଦୀୟ ଦଶହରା
ମେଷ -: କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ।ଜମିଜମା ବିବାଦ ଓ ଭାଇବନ୍ଧୁଙ୍କ ସହ ବିରୋଧ, ମା ‘ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ।
ବୃଷ -: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ନୂତନ ଯୋଜନା ସଫଳ ହେବ।ଆତ୍ମୀୟ ସ୍ଵଜନ୍ୟଙ୍କ ସହ ମିଳନ। ସ୍ୱର୍ଣ୍ଣ ଅଳଙ୍କାର ପ୍ରାପ୍ତି ଯୋଗ। ମା ‘ ଦୁର୍ଗାଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ।
ମିଥୁନ -: ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ଶୁଭଫଳ ପାଇବେ। ବନ୍ଧୁମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଭୂମି ଓ ସୁନା ଆଦି ପ୍ରାପ୍ତ ହେବ। ନିଜ ମାଆଙ୍କ ପାଇଁ ମନ ବ୍ୟାକୁଳ ରହିବ।
ଦୁର୍ଗା ମା ‘ ଙ୍କୁ ଦୁର୍ବା ର ମାଳ ଅର୍ପଣ କରନ୍ତୁ।
କର୍କଟ -: ଭାବ ପ୍ରବଣତାକୁ ନିୟନ୍ତ୍ରଣରେ ରଖନ୍ତୁ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ଏବଂ ମାନସିକ ଶାନ୍ତି ବଜାୟ ରଖନ୍ତୁ।ମାନସମ୍ମାନ ହ୍ରାସ ପ୍ରତି ସତର୍କ ରୁହନ୍ତୁ। ମା ‘ଦୁର୍ଗାଙ୍କୁ ସୁଗନ୍ଧିତ ଧଳାଫୁଲ ଅର୍ପଣ କରନ୍ତୁ।
ସିଂହ -: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ବଢ଼ିବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଛି।ନିଜ କୁଟୁମ୍ବ ସହିତ ଯୋଡ଼ି ହେବେ। ମା ‘ ଦୁର୍ଗାଙ୍କୁ କମଳା ରଙ୍ଗ ର ଗେଣ୍ଡୁଫୁଲ ଅର୍ପଣ କରନ୍ତୁ।
କନ୍ୟା -: କଠିନ ପରିଶ୍ରମର ଉଚିତ୍ ଫଳ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବ୍ୟବସାୟରେ ଧନଲାଭର ଯୋଗ ଅଛି।ନୂତନ ଯାନବାହନ କ୍ରୟ ର ଯୋଗ ଅଛି।ସରକାରୀ ସ୍ତରରେ ସ୍ଥାନାନ୍ତରିତ ହୋଇପାରନ୍ତି।
ମା ‘ ଦୁର୍ଗାଙ୍କୁ ଗଙ୍ଗଶିଉଳି ଫୁଲ ଅର୍ପଣ କରନ୍ତୁ।
ତୁଳା -: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭାଗ୍ୟର ସହଯୋଗ ମିଳିବ ଏବଂ କରାଯାଇଥିବା ଯାତ୍ରା ଲାଭଦାୟକ ହେବ।ପୁରାତନ ରୋଗ କଷ୍ଟ ଦାୟକ ହେବ।କାର୍ଯ୍ୟ ବ୍ୟସ୍ତତା ରହିବେ। ମା ‘ ଦୁର୍ଗାଙ୍କୁ ମଲ୍ଲୀଫୁଲ ଅର୍ପଣ କରନ୍ତୁ।
ବିଛା -: ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ କିଛି ଚାଲେଞ୍ଜ ଆସିଲେ ମଧ୍ୟ ଶେଷରେ ସଫଳତା ମିଳିବ।ଆଖି ସମ୍ବନ୍ଧୀୟ କଷ୍ଟ ଆସିପାରେ।ବଡ଼ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। ମା ‘ ଦୁର୍ଗାଙ୍କୁ ଲାଲ ଫୁଲ ଓ ସିନ୍ଦୂର ଅର୍ପଣ କରନ୍ତୁ।
ଧନୁ -: ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହ ବୃଦ୍ଧି ପାଇବ। ସନ୍ତାନସନ୍ତତିଙ୍କ ପକ୍ଷରୁ କୌଣସି ଶୁଭ ସମ୍ବାଦ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁମଧୁର ରହିବ।ଦାନ ସ୍ୱରୂପ କୌଣସି ଧର୍ମାନୁଷ୍ଠାନ କୁ ଦେଇପାରନ୍ତି। ମା ‘ ଦୁର୍ଗାଙ୍କୁ ହଳଦିଆ ଗେଣ୍ଡୁଫୁଲ ଅର୍ପଣ କରନ୍ତୁ।
ମକର -: ପରିଶ୍ରମର ମୂଲ୍ୟ ମିଳିବ। ସମ୍ପତ୍ତି କ୍ରୟ-ବିକ୍ରୟ ପାଇଁ ଏହି ସମୟ ଅନୁକୂଳ ଅଛି। ପୈତୃକ ସମ୍ପତି ରେ କଳହ ସୃଷ୍ଟି ହେବ।ଆର୍ଥିକ ସ୍ଥିତି ଭଲରହିବ। ନିଜ ଧର୍ମପତ୍ନୀଙ୍କ ପାଇଁ ସ୍ନେହ ଆଦର ବୃଦ୍ଧି ପାଇବ। ମା ‘ ଦୁର୍ଗାଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ।
କୁମ୍ଭ -: ବନ୍ଧୁବାନ୍ଧବଙ୍କ ସହିତ ହସଖୁସିରେ ସମୟ କଟାଇବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। ସହଧର୍ମିଣୀ/ସ୍ୱାମୀ ଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ମା ‘ ଙ୍କ କାଳରାତ୍ରୀ ବେଶ ଦର୍ଶନ କରନ୍ତୁ ଓ ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ।
ମୀନ -: କଳା, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ନୂତନ କାର୍ଯ୍ୟ ପାଇଁ ମନ ବାଳାଇବେ। ଗୁପ୍ତଧନ ମିଳିବାର ଆଶଙ୍କା ସୃଷ୍ଟିହେବ। ମା ‘ ଦୁର୍ଗାଙ୍କୁ ଚମ୍ପା ଫୁଲ ଅର୍ପଣ କରନ୍ତୁ।
ଜ୍ୟୋତିର୍ବିଦ ଅମର କେଶରୀ ସିଂହଦେଓ
ଭୁବନେଶ୍ୱର.
ମୋ – ୯୪୩୮୪୬୪୨୪୪