ସବୁ ସୁବିଧାବାଦୀ ବ୍ୟକ୍ତି ଏକାଠି, ହାତେଇବେ କି କ୍ଷମତା ଚାବିକାଠି

0

ଭୁବନେଶ୍ୱର,(ଓଡ଼ିଶା ଫାଷ୍ଟ): ସ୍ୱାଧୀନତାରୁ ଅଶୀ ଦଶକ କ୍ଷ ୨୦୦୦ ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ମେଣ୍ଟ ରାଜନୀତିର ଗୁରୁତ୍ୱ ରହିଥିଲା । ଏହା ପରେ ରାଜ୍ୟ ରାଜନୀତି ପ୍ରାୟ ଦଶନ୍ଧି ପରେ ମେଣ୍ଟ ରାଜନୀତିର ଆଭାସ ମିଳିଛି । କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଏକାକୀ ସରକାର ଗଠନ କରି ପାରିବ ନାହିଁ। ତେଣୁ ଏବେଠୁ କ୍ଷମତା ହାସଲ ପାଇଁ ସର୍ବୋକୃଷ୍ଟ ଯୋଜନାର ସମସ୍ତେ ଭାଗିଦାରୀ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ନବେ ଦଶକ ପରେ ବିଜେପି ସହ କ୍ଷମତା ହାସଲ କରିବା ଓଡ଼ିଶାରେ ବିଜେଡ଼ି ଗଠନ କରାଯାଇଥିଲା। ଏକଥାରେ ଦ୍ୱିମତ ନାହିଁ। ହେଲେ ସେତେବେଳେ କଂଗ୍ରେସ ଥିଲା ରାଜ୍ୟରେ ଶକ୍ତିଶାଳୀ । ଯାହାର ମଙ୍ଗ ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ହାତରେ। ଜନତା ଦଳ ପରବର୍ତ୍ତୀ ସମୟରେ ବିଜେଡ଼ି ଓ ବିଜେପି ସେହି ପରିବାର ଓ ତତ୍କାଳୀକ କଂଗ୍ରେସ ଢାଞ୍ଚାକୁ ବିରୋଧ କରିଥିଲା। ଆଜି ଜାନକୀ ଓ ଜୟନ୍ତୀ ନାହାନ୍ତି। ହେଲେ ନିରଞ୍ଜନ ଓ ସୌମ୍ୟ ଅଛନ୍ତି। ବିଜୁ ଲିଗାସୀ ବୈଠକରେ ଏହି ଦୁହିଁଙ୍କ ଯୋଗଦାନ ପୁଣି କ୍ଷମତା କାଙ୍ଗାଳ ମେଣ୍ଟର ପ୍ରାକ ସୂଚନା ଦେଉଛି। ବିଜେଡ଼ିର ପୂର୍ବତନ ସାଂସଦ ତଥାଗତ ସତପଥିଙ୍କ ସମ୍ପାଦିତ ଖବର ଏହି ବିଜେପି ବାଦୀ – ବିଜୁ ନାମ ଧାରୀ କ୍ଷମତାଲିପସୁଙ୍କ ଅତୀତ ରୋମାନ୍ଥନ କରିଛି।
ବିଜୁ ପଟ୍ଟନାୟକଙ୍କୁ ରାଜ୍ୟ ରାଜନୀତି ଜୋର ଧରିଛି।
ବିଜୁବାବୁଙ୍କ ଜୀବନ୍ତ ଅବସ୍ଥାରେ ସେ ସମ୍ମୁଖୀନ ହୋଇଥିବା ବିଶ୍ୱାସଘାତକତାର ପୃଷ୍ଠାକୁ ଅବିକଳ ଥୋଇଛି।
ଉଲ୍ଲେଖଯୋଗ୍ୟ, ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଏକ ଭିଜିଲାନ୍ସ ମାମଲା କରିଥିଲା। ସେହି ମାମଲା ବିଜୁବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ସବୁ ତଥ୍ୟ ଉପଲବ୍ଧ ରହିଛି। ବିଜୁବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା କରାଇବା ଲାଗି ବିଜୟ ମହାପାତ୍ରଙ୍କ ପ୍ରରୋଚନାରେ ଦିଲ୍ଲୀପ ରାୟ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଇଥିଲେ। ଏହା ପରେ ଜାନକୀ ସରକାର ଶ୍ରୀ ରାୟଙ୍କୁ ଭୁବନେଶ୍ୱରର ହୋଟେଲ କରିବାକୁ ଏକର ଜମି ସାଙ୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏକଥା ଦିଲ୍ଲୀପ ମଧ୍ୟ ମାନିଛନ୍ତି। ବିଚାର ମଞ୍ଚରୁ ସୌମ୍ୟଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉକୁ ବିରୋଧ କରିଥିଲେ। ମାତ୍ର ଏ ସରକାରଙ୍କ ପକ୍ଷରୁ କରାଯାଇଥିଲା। ବିଜୁ ବାବୁଙ୍କ ଥିଲା ସମ୍ମତି, ମାତ୍ର ମନ୍ତ୍ରୀ ଥାଇ ଦିଲ୍ଲୀପ ଜାନକୀଙ୍କ ପରିବାର ସପକ୍ଷରେ ଯାଇଥିଲେ।
ବିଜୁ ପଟ୍ଟନାୟକ ନିଜ ଭାବମୂର୍ତ୍ତିକୁ ବାଜି ପକାଇ କଟକ ମଦମୃତ୍ୟୁ ଘଟଣାରେ ବିଜୟ ମହାପାତ୍ରଙ୍କୁ ସୁରକ୍ଷା ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରଚାରର ସାମଗ୍ରୀ ପାଲଟିଥିଲା। ୧୯୯୫ରେ ରାଜ୍ୟରୁ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର କ୍ଷମତାଚ୍ୟୁତ ହୋଇଥିଲା। ବିଜୟ ଜନତା ଦଳକୁ ବିଭାଜନ କରି ଜାନକୀଙ୍କ ସହ ଉପ -ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ମଧ୍ୟ ଦେଖିଥିଲେ। ତେଣୁ ସେ ବିଧାନସଭା ଆସନରେ ଜନତା ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ କିଛି ଆର୍ଥିକ ସହାୟତା ଦେଇ ଠିଆ କରାଇ ଦେଇଥିଲେ। ଗୃହ ବିଭାଗ ଦାୟିତ୍ୱରେ ନ ଥାଇ ମଧ୍ୟ ବିଜୟ ଜିଲାଗୁଡିକରେ ଏସ୍‌ପି, ଇନ୍ସପେକ୍ଟରଙ୍କୁ ପୋଷ୍ଟିଂ କରାଇବା ଆଳରେ ବିଜୁଙ୍କ ଟିକେଟ ନେଇ ଲଢୁଥିବା ବିଧାୟକମାନଙ୍କୁ ପୋଲିସ ଆକ୍ରୋଶର ଶିକାର କରାଇଥିଲେ। ବିଜୁଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ମଧ୍ୟ ବିଜୟଙ୍କର ଥିଲା। ତେଣୁ ଅଳ୍ପ କେତେଜଣ ବିଧାୟକଙ୍କୁ ହରାଇବାକୁ ଯାଇ ସରକାରକୁ ବିଦା କରିଦେଲେ। ଏକାଧିକ ଆସନରେ ଜନତା ଦଳ ପ୍ରାର୍ଥୀମାନେ ଅଳ୍ପ କିଛି କିଛି ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।
ଫଳରେ ୧୯୯୦ରୁ ୫ ବର୍ଷ ଶାସନ କରିବା ପରେ ରାଜ୍ୟରୁ ବିଜୁ ସରକାର କ୍ଷମତାଚ୍ୟୁତ ହୋଇଥିଲା। ସେହି ସମୟରେ ଯେତେବେଳେ ବିଜୁ ପଟ୍ଟନାୟକ ନିର୍ବାଚନ ପରାଜୟର କାରଣ ପାଇଁ ଅନୁଶୋଚନା କରିବା ଆରମ୍ଭ କଲେ, ଏହାପରେ ସେହି କଥାକୁ ଘୋଡ଼ାଇବାକୁ ଯାଇ ହୋଟେଲ ବ୍ୟବସାୟୀଙ୍କ ସହଯୋଗରେ କଂଗ୍ରେସ ସରକାରକୁ ଭିଜିଲାନ୍ସ ମାମଲା କରାଇବା ପାଇଁ ଯେଉଁସବୁ ତଥ୍ୟ ଆବଶ୍ୟକ ଥିଲା ତାହା ଧରାଇ ଦିଆଗଲା। ସେହି ଭିଜିଲାନ୍ସ ମାମଲା ଯୋଗୁ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ମିଳି ନ ଥିଲା। ତତ୍କାଳୀନ ୟୁନାଇଟେଡ୍‌ ଫ୍ରଣ୍ଟ ସରକାରରେ ଚାର୍ଜଶିଟ୍‌ ହୋଇଥିବା କୌଣସି ନେତାଙ୍କୁ ମନ୍ତ୍ରୀ କରା ନ ଯିବା ଲାଗି ନିଷ୍ପତ୍ତି ହୋଇଥିଲା। ସେଥିଲାଗି କେବଳ ବିଜୁ ପଟ୍ଟନାୟକ ନୁହନ୍ତି, ମାଧବରାଓ ସିନ୍ଧିଆ, ଶରଦ ଯାଦବ ପ୍ରମୁଖ ବହୁ ବଡ଼ ବଡ଼ ନେତା ମଧ୍ୟ ମନ୍ତ୍ରୀ ପଦ ପାଇ ନ ଥିଲେ। ଏହାର ପରବର୍ତ୍ତୀ ଅବସ୍ଥାରେ ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା।
ବିଜୁଙ୍କ ଦେହାନ୍ତ ପରେ ଯେତେବେଳେ ବିଜେଡି(ବିଜୁ ଜନତା ଦଳ) ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଥିଲା ସେହି ସମୟରେ, ସେହି କୁଚକ୍ରି ନେତାମାନେ ପୁନର୍ବାର ସକ୍ରିୟ ହୋଇଥିଲେ। ୧୯୯୭ ଡିସେମ୍ବର ୨୬ରେ ଯେତେବେଳେ ବିଜେଡି ଗଠନ ହେଲା, ସେତେବେଳେ ଉକ୍ତ ନେତାମାନେ ଜନତା ଦଳକୁ ଭାଙ୍ଗିବାକୁ ସବୁ କୌଶଳ ଆପଣାଇଥିଲେ। ସେଥିରେ ସଫଳ ମଧ୍ୟ ହୋଇଥିଲେ। ଜନତା ଦଳରୁ ପାଖାପାଖି ୨୯ ଜଣ ବିଧାୟକ ସେହି ସମୟରେ ବିଜେଡିରେ ପ୍ରଥମେ ଯୋଗଦେଲେ। ମାତ୍ର ୧୯୯୮ରେ ଯେତେବେଳେ ବିଜେଡି ଅନଙ୍ଗ ଉଦୟ ସିଂଦେଓଙ୍କୁ ରାଜ୍ୟ ସଭା ପଠାଇବାକୁ ଘୋଷଣା କଲା, ଏହାପରେ ଜନତା ଦଳ ଭାଙ୍ଗିଥିବା ନେତାମାନେ କ୍ରସ୍‌ ଭୋଟିଂ କରିଥିଲେ। ଯେଉଁଥିପାଇଁ ଅନଙ୍ଗ ଉଦୟଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ବିଜୟଙ୍କ ବୁଦ୍ଧିରେ ଦଳକୁ ରାଜ୍ୟ ସଭା ନିର୍ବାଚନରେ ସେତେବେଳେ ପରାଜୟ ବରଣ କରିବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ବିଜୟ ବିଜେଡିରୁ ଟିକେଟ ପାଇଲେନି ଏବଂ ବିଦା ହେଲେ। ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ୩୦ ବର୍ଷ ପରେ ସମାନ କାମ ପାଇଁ (ଦଳ ବିରୋଧୀ କାର୍ଯ୍ୟ) ପାଇଁ ନିଲମ୍ବିତ ହୋଇ ନିଜ ପିତାଙ୍କ ସହ ବିଜୁ ଲିଗାସି ମଞ୍ଚରେ ବସିବାର ସୌଭାଗ୍ୟ ପାଇଛନ୍ତି।
ଆଗାମୀ ଦିନରେ ବିଜେପି ନିଜ ୪୦ ପ୍ରତିଶତ ଭୋଟକୁ ଏକାଠି ରଖିବ। ଏବଂ ବିରୋଧୀଙ୍କ ଭୋଟ ବିଭାଜନ ଯୋଜନା ଆରମ୍ଭ କରିଛି। ଏହି କ୍ରମରେ କଂଗ୍ରେସକୁ ଭାଙ୍ଗିବା ପାଇଁ ଓଡ଼ିଶା ଜନତା କଂଗ୍ରେସ ଗଠନ ହୋଇଛି। ଯେଉଁ ପ୍ରଦର୍ଶନୀ ପଡିଆ ବିଜେପି ସରକାର ବିଜେଡ଼ି – କଂଗ୍ରେସ ପାଇଁ ମନା, ତାହା ମୋକ୍କିମ ପାଇଁ ଅନୁମତି ପ୍ରଦାନ କରାଗଲା। ସେହିପରି ବିଜେଡ଼ିକୁ ଭାଙ୍ଗିବା ପାଇଁ ଦିଲ୍ଲୀପ ରାୟ – ବିଜୟ ମହାପାତ୍ର – ସୌମ୍ୟ ପଟ୍ଟନାୟକ ଖେଳ ଆରମ୍ଭ କରିଛନ୍ତି। ଆଉ ୧୮ ବିଧାୟକଙ୍କୁ ହାତେଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହା ପରେ ନବୀନ ପଟ୍ଟନାୟକଙ୍କ ହାତରେ ଶଙ୍ଖ ଚି଼ହ୍ନ କି ବିରୋଧୀ ଦଳ ନେତା ପଦ ନଥିବ । ଦେଖାଯାଉ ଆଗକୁ କଣ ହେଉଛି।

Leave a comment