ରିତସିକା ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା

0

ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଓ ଆଶୀର୍ବାଦରେ ଆଜି Ritsika Foundation ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ(୧୬/୦୭/୨୦୨୬) ପୁରୀକୁ ଆଗମନ କରିଥିବା ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା।

ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କ ଅଭୂତପୂର୍ବ ସମାଗମ ସମସ୍ତଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା ଓ ତାଙ୍କ ପ୍ରତି ଅଗାଧ ଆସ୍ଥାର ଅନୁଭୂତି ପ୍ରଦାନ କରିଥିଲା। ଏହି ପବିତ୍ର ସେବା ମାଧ୍ୟମରେ ବହୁ ଶ୍ରଦ୍ଧାଳୁଙ୍କୁ ନିଶୁଳ୍କ ଭୋଜନ ବଣ୍ଟନ କରାଯାଇଥିଲା।

ଏହି ସେବାକାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସ୍ୱେଚ୍ଛାସେବୀ, ସଦସ୍ୟ, ଦାତା ଓ ଶୁଭେଚ୍ଛୁମାନଙ୍କ ପ୍ରତି ସଭାପତି ଦେବସ୍ମିତା ପଟ୍ଟନାୟକ ଏବଂ Ritsika Foundation ପକ୍ଷରୁ ଆନ୍ତରିକ କୃତଜ୍ଞତା ଜଣାଯାଉଛି। ସମାଜସେବା, ମାନବିକତା ଓ ନିଷ୍ଠାପର ସେବାଭାବକୁ ନେଇ Ritsika Foundation ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପ୍ରତିବଦ୍ଧ।

Leave a comment