ଇସ୍ତଫା ଦେବାକୁ ବାଧ୍ୟ ହେବେକି ଧର୍ମେନ୍ଦ୍ର !!
ଓଡ଼ିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପରେ ପଡିଛି କି ଶନିଦଶା ? ନିଟ ପ୍ରଶ୍ନ ପତ୍ର ଲିକ ହେଉ ବା ସିବିଏସି ମାର୍କ ତ୍ରୁଟି । ଧର୍ମେନ୍ଦ୍ରଙ୍କ ପାରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ । ଯାହାକୁ ନେଇ ସମଗ୍ର ଦେଶରେ ବିରୋଧ ର ସ୍ୱର ଉତ୍ତୋଳନ ହେବାରେ ଲାଗିଲାଣି । ଯାହାକି ଆଗକୁ ଉଗ୍ରରୂପ ନେବାକୁ ଯାଉଅଛି । କେନ୍ଦ୍ର ର ଅନେକ ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଏହି କେଲଙ୍କାରୀ ପାଇଁ ଦାୟୀ କରୁଥିବା ବେଳେ ରାଜ୍ୟ ବିଜେପି ନେତା ମଧ୍ୟ ତାଙ୍କ ହାତ ଛାଡିବା ଆରମ୍ଭ କଲେଣି ।
ଦିନେ ଯେଉଁମାନେ ଧର୍ମେନ୍ଦ୍ରଙ୍କ ଛତ୍ରଛାୟା ତଳେ ରହି ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିଥିଲେ ଆଜି ସମସ୍ତେ ଧର୍ମେନ୍ଦ୍ରଙ୍କ ଏଭଳି ବିପଦ ସମୟରେ ମୁହଁ ଲୁଚାଇଲେଣି । ରାଜ୍ୟ ବିଜେପି ର ସ୍ଥିତି କାହାକୁ ବା ଅଛୁପା ଅଛି । କାହାର କାହା ସହିତ ପଡୁନାହିଁ । ହେଲେ ଧର୍ମେନ୍ଦ୍ରଙ୍କ କଥା ପଡିଲେ ସମସ୍ତେ ଏକଜୁଟ ହୋଇଯାଉଛନ୍ତି । କେହି ଧର୍ମେନ୍ଦ୍ରଙ୍କ ସପକ୍ଷରେ ପଦେ କହୁନାହାନ୍ତି । ଏହିକୁ ଦେଖି ରାଜ୍ୟର ବିରୋଧୀ ଦଳ ବିଜେଡି ର ମଧ୍ୟ ସାହସ ବଢ଼ି ଯାଇଛି । ସେ ଆଉ ଏଭଳି ସୁଯୋଗ ହାତଛଡା ବା କରିବ କିପରି । ସେମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି । ତେବେ ଦେଖିବାକୁ ବାକି ରହିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଛତ୍ରଛାୟା ଥିବା ଧର୍ମେନ୍ଦ୍ରଙ୍କ ମନ୍ତ୍ରୀ ପଦ ଯାଉଛି ନା କାୟମ ରହୁଛି ।