ସାଇବର କ୍ରାଇମ୍ ରିପୋର୍ଟ: ମାସକରେ ୯୧ଲକ୍ଷ ଲୁଟିଲେ

0

ଭୁବନେଶ୍ୱର : ଅଧିକାଂଶ ଲୋକ ଲୋଭନୀୟ ଅଫର୍ ଓ ସାଇବର ଠକଙ୍କ ଜାଲରେ ପଡ଼ି ନିଜର ଉପାର୍ଜିତ ଧନ ହରାଉଛନ୍ତି । ମାର୍ଚ୍ଚ ମାସରେ ଭୁବନେଶ୍ୱରରୁ ୯୧ଲକ୍ଷ ୫୬ହଜାର ୫୩ଟଙ୍କା ଠକେଇ ହୋଇଛି । ଏଥିମଧ୍ୟରୁ ୧୦ଲକ୍ଷ ୫୭ହଜାର ୬୬୧ଟଙ୍କା ଫେରସ୍ତ ହୋଇଥିବାବେଳେ ୪୦ହଜାର ଟଙ୍କା ବ୍ଲକ୍ କରାଯାଇଥିବା ସାଇବର ସହାୟତା ଡେସ୍କ୍ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଏହି ମାସରେ ହେଲ୍ପ ଡେସ୍କକୁ ସମୁଦାୟ ୪୧୨ଟି କଲ୍ ଆସିଛି । ଭୁବନେଶ୍ୱରରୁ ୨୬୭ଟି ଓ ରାଜ୍ୟର ଅନ୍ୟ ଜିଲାରୁ ବାକି ଅଭିଯୋଗ ଆସିଛି । ଏହି ଅଭିଯୋଗକାରୀଙ୍କୁ ସାଇବର ଠକମାନେ ବିଭିନ୍ନ ଉପାୟରେ ଠକେଇ କରିଛନ୍ତି । ୟୁପିଆଇ ସଂକ୍ରାନ୍ତ ୧୧୦ଟି, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଦ୍ୱାରା ୮୦ଟି ଓ ଅନ୍ୟାନ୍ୟ ଉପାୟରେ ୭୭ଟି ଠକେଇ ହୋଇଛି। ହେଲ୍ପ ଡେସ୍କ ପକ୍ଷରୁ ୧୫ଟି ଫୋନ୍ ନମ୍ବର ବ୍ଲକ୍ କରାଯାଇଥିବା ବେଳେ ୭ଟି ମାମଲା ରୁଜୁ ହୋଇଛି ।

Leave a comment