ଆପଣଙ୍କ ପିଲା ମାଟି ଖାଇବା ନେଇ ଆପଣ ଚିନ୍ତିତ କି ? ଆପଣାନ୍ତୁ ଘରୋଇ ଉପାୟ

0

ଅନେକ ସମୟରେ ଛୋଟ ପିଲା ମାଟି ଖାଉଥିବା ଆପଣ ଦେଖିଥିବେ । ଏମିତି ବି ହୋଇପାରେ ଆପଣଙ୍କ ପିଲା ବି କାନ୍ଥ କିମ୍ବା ବଗିଚାରୁ ମାଟି କାଢି ଖାଉଥାଇପାରେ । ଅନେକ ଲୋକେ ଏହାକୁ ପିଲାଳିଆମି ଧରି ହସି ଉଡାଇ ଦିଅନ୍ତି । ଯଦି ଏମିତି ହେଉଥାଏ, ତେବେ ଏହାକୁ ପିଲାଳିଆମି ନୁହେଁ ବରଂ ଆପଣଙ୍କ କିଛି ଅନ୍ୟ ରୋଗକୁ ଅଗ୍ରସର ହେଉଛି ବୋଲି ଜାଣିନିଅନ୍ତୁ । ଏହି ଡିସଅର୍ଡରକୁ ପିକା ବୋଲି କୁହାଯାଏ । ଯଦି ଆପଣ ନିଜ ପିଲା ମାଟି, ପେଣ୍ଟ, ପ୍ଲାଷ୍ଟର, ଚକ୍‌, ସାବୁନ କିମ୍ବା ଏହିଭଳି ଜିନିଷ ଖାଉଥିବା ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

୧୦ରୁ ୨୦ ପ୍ରତିଶତ ପିଲାଙ୍କୁ ହୋଇଥାଏ ଏହି ରୋଗ ପିକା ଡିସଅର୍ଡର ପିଲାଙ୍କ ମଧ୍ୟରେ ସାଧାରଣ କଥା । ଏକ ଗବେଷଣା ଅନୁସାରେ, ୧୦ରୁ ୨୦ ପ୍ରତିଶତ ପିଲା ପିକା ଡିସଅର୍ଡର ରେ କେବେ ନା କେବେ ଅଗ୍ରସର ହୋଇଥାନ୍ତି । ଯେ ପର୍ଯ୍ୟନ୍ତ କିଶୋରବସ୍ଥାକୁ ନ ପହଞ୍ଚିଥାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏହି ଡିସଅର୍ଡର ଦେଇ ଗତି କରିଥାନ୍ତି । କିଛି ଷ୍ଟଡି କଥା ଯଦି ଦେଖିବା, ତେବେ କେବଳ ପିଲାଙ୍କ ମଧ୍ୟରେ ନୁହେଁ, ବୟସ୍କଙ୍କ ମଧ୍ୟରେ ବି ଦେଖାଯାଏ । ରିପୋର୍ଟ ଅନୁସାରେ, ମାଟି, ଚକ୍‌, କିମ୍ବା ଏମିତି ଜିନିଷ ଖାଇବାର ଅଭ୍ୟାସ, ୧ରୁ ୭ ବର୍ଷର ପିଲାଙ୍କ ମଧ୍ୟରେ ବହୁଳ ମାତ୍ରାରେ ଦେଖାଯାଏ ।

ଅନେକ ସମୟରେ ଅଭିଭାବକମାନେ ପିଲାଙ୍କ ଏହି ଗୁଣ ପାଇଁ ସେମାନଙ୍କୁ ରାଗିଥାନ୍ତି । ଆଉ କିଛି ସେମାନଙ୍କୁ ମାରିବାକୁ ବି ପଛାନ୍ତି ନାହିଁ । ଯେତେବେଲେ କି ସେମାନଙ୍କୁ ଏପରି କରିବା ପରିବର୍ତେ ଡାକ୍ତରଙ୍କୁ ଦେଖାଇବା ଦରକାର । ନଚେତ ଶିଶୁଙ୍କ ଠାରେ ପେଟ ବ୍ୟଥା, ପେଟରେ ଘା ଏବଂ ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ଆପଣ ଯିଦି କିଛି ଘରୋଇ ଉପାୟ ଆପଣାଇବେ ତେବେ ଶିଶୁର ଏହି ଅଭ୍ୟାସ ଛଡ଼ାଇପାରିବେ। ଆସନ୍ତୁ ଜାଣିବା ଏହା ପାଇଁ କଣ ରହିଛି ଘରୋଇ ଉପାୟ।

ଲବଙ୍ଗ ପାଣି:
ଆପଣଙ୍କ ଶିଶୁର ମାଟି ଖାଇବାର ଅଭ୍ୟାସ ଏହି ପାଣି ଛଡ଼ାଇ ଦେଇପାରେ। ୪ ରୁ ୬ ଟି ଲବଙ୍ଗ ଗରମ ପାଣିରେ ପକାଇବା ପରେ ଏହାକୁ ଟିକିଏ ସମୟ ଥଣ୍ଡା କରନ୍ତୁ। ଏହାପରେ ଆପଣଙ୍କ ଶିଶୁକୁ ପିଇଆନ୍ତୁ। ଏଭଳି ସବୁଦିନ କରିବା ଦ୍ୱାରା ଏହି ଅଭ୍ୟାସ ଛାଡ଼ିଯିବ।

କଦଳୀ ଖୁଆନ୍ତୁ:
କଦଳୀରେ ଅଧିକ ପୋଷକ ତତ୍ତ୍ୱ ଭରିହୋଇ ରହିଛି। ଏଥିରେ କ୍ୟାଲସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ପ୍ରୋଟିନ୍ ରହିଛି। ତେଣୁ ଏହାକୁ ଖାଇବାକୁ ଦେବା ଦ୍ୱାରା ମଧ୍ୟ ମାଟି ଖାଇବାର ଅଭ୍ୟାସ ଛାଡ଼ିଯିବ।

ଡାଏଟ ଚାର୍ଟ:
ଆପଣଙ୍କ ଶିଶୁର ଏହି ଅଭ୍ୟାସ ଛଡ଼ାଇବା ପାଇଁ ଡାଏଟିସିଆନ୍‌ଙ୍କ ପରାମର୍ଶ କ୍ରମେ ଆପଣଙ୍କ ପିଲାର ଡାଏଟ ପ୍ଲାନ କରିବାକୁ ପଡ଼ିବ। ଏହାଦ୍ୱାରା ଶୀଘ୍ର ଫାଇଦା ମିଳିପାରିବ।

Leave a comment