ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା; ବିଧାୟକ ଜୟ ନାରାୟଣ ବ୍ୟାସ୍ ଦେଲେ ଇସ୍ତଫା

0

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟକା। ପାର୍ଟିର ବରିଷ୍ଠ ନେତା ତଥା ଚାରି ଥରର ବିଧାୟକ ଜୟ ନାରାୟଣ ବ୍ୟାସ୍ ଦଳରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ କଂଗ୍ରେସ କିମ୍ବା ଆପ୍ ଦଳରେ ସାମିଲ୍ ହେବାର ବିକଳ୍ପ ଖୋଲା ରଖିଛନ୍ତି। ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ବ୍ୟାସ୍ କହିଛନ୍ତି, ମୁଁ ବିଜେପିରେ ବ୍ୟତିବ୍ୟସ୍ତ ହୋଇ ପଡିଥିଲି।

ଏଥିପାଇଁ ପାର୍ଟିରୁ ଇସ୍ତଫା ଦେଇଛି। ମୁଁ ମୋର ସମସ୍ତ ବିକଳ୍ପ ଖୋଲା ରଖିଛି। ମୁଁ ସିଦ୍ଧପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବି। ବ୍ୟକ୍ତିଗତ କାରଣରୁ ବିଜେପିରୁ ଇସ୍ତଫା ଦେଇଥିବା ଜୟ ନାରାୟଣ ବ୍ୟାସ୍ କହିଛନ୍ତି।

Leave a comment