ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଉଠିବ ସଟଡାଉନ : ମୁଖ୍ୟ ଶାସନ ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଉଠିବ ୪୮ଘଣ୍ଟିଆ ସଟଡାଉନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାତି ୮ଟା ପରେ ଗ୍ରୋସରୀ ଦୋକାନ, ପରିବା ଦୋକାନ ଖୋଲାହେବ ତେଣୁ ଅଧିକ ମାତ୍ରାରେ ଲୋକ ଦୋକାନଙ୍କୁ ଯାଇ ଭିଡ କରନ୍ତୁ ନାହିଁ ବୋଲି ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର କୌଣସି ଭୟନାହିଁ । ସଟଡାଉନକୁ ସମର୍ଥନ କରିଥିବାରୁ ଜନସାଧାରଣ ଓ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ତ୍ରିପାଠୀ ।

ସେହିପରି ସଂକ୍ରମିତ ଅଞ୍ଚଳ କଟକଣା ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷ ଘୋଷଣା କରିବେ ।

Leave a comment