କରୋନା: ଦେଶରେ ୩୩୭୪ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୩୩୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୨୪ ଜଣ, ମଧ୍ୟପ୍ରଦେଶରେ ୬ ଜଣ, ଆନ୍ଧ୍ରପ୍ରଦେଶରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୬ ଜଣ, ଗୁଜରାଟରେ ୧୦ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୪ ଜଣ, କେରଳରେ ୨ଜଣ, ପଞ୍ଜାବରେ ୫ ଜଣ, ତାମିଲନାଡୁରେ ୩ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ ।
।