ପୋଷା କୁକୁର ସ୍ମୃତିରେ ମାର୍ବଲ ମନ୍ଦିର

0

ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ଜଣେ ୮୨ ବର୍ଷୀୟ ବୃଦ୍ଧ ନିଜ ପୋଷା କୁକୁରର ସ୍ମୃତିକୁ ଉଜ୍ଜିବୀତ କରିବାକୁ ମାର୍ବଲର ଏକ ମନ୍ଦିର ନିର୍ମାଣ କରି ତା’ମଧ୍ୟରେ କୁକୁରର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ମାର୍ବଲର ପ୍ରତିମୂର୍ତ୍ତି ନିର୍ମାଣରେ ବକ୍ତିଜଣକ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି।

ମୁଥୁ ନାମକ ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀଜଣକ ଏହି କୁକୁରକୁ ୨୦୧୦ରୁ ପାଳିଥିବା ବେଳେ ୨୦୨୧ରେ ତାହାର ମୃତ୍ୟୁ ଘଟିଥିଲା । ଜଣେ ପଶୁପ୍ରେମୀଭାବେ ସୁପରିଚିତ ମୁଥୁ ପୋଷା କୁକୁରକୁ ନିଜ ସନ୍ତାନଙ୍କଠାରୁ ଅଧିକ ଭଲ ପାଉଥିଲେ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି।

Leave a comment