ଏମ୍.ଦେବବ୍ରତ ହେଲେ ଆରବିଆଇର ନୂତନ ଡେପୁଟି ଗଭର୍ଣ୍ଣର
ଓଡିଶା ଫାଷ୍ଟ ( ବ୍ୟୁରୋ) : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଡେପୁଟି ଗଭର୍ଣ୍ଣରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ପଦବୀ ମିଳିଛି। ତାଙ୍କର କାର୍ଯ୍ୟକାଳ 3 ବର୍ଷ ରହିବ। ଡେପୁଟି ଗଭର୍ଣ୍ଣର ସହ ଏମ୍.ଦେବବ୍ରତ ପାତ୍ର ଆରବିଆଇର କାର୍ଯ୍ୟକାରୀ ନିଦ୍ଦେର୍ଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ରହିବେ। ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଏମ୍.ଦେବବ୍ରତ ପାତ୍ରଙ୍କୁ ନିଯୁକ୍ତି ମିଳିଛି। ବିରଳ ଆଚାର୍ଯ୍ୟ 2019 ଅଗଷ୍ଟ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡିଥିଲା।