ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଓ ୩୦ ଭରି ସୁନା ଗହଣା ଲୁଟିଲେ ଡକାୟତ

0

ଓଡିଶା ପାଷ୍ଟ ( ବ୍ୟୁରୋ): ମାତ୍ର ୧୦ ମିନିଟ୍‌ରେ ଘରେ ବୁଲାଇ ଦେଲେ କଳାକନା। ୧୩ ଲକ୍ଷ ଟଙ୍କା ସହ ୨୫ ଭରି ସୁନା ଅଳଙ୍କାର ଲୁଟିନେଲେ। ଏହା ପରେ ଆଖି ପିଛୁଳାକେ ଉଭାନ ହୋଇଗଲେ।  ଏହି ସମୟ ମଧ୍ୟରେ ଦୁର୍ବୃତ୍ତମାନେ କୌଣସି କଥାବାର୍ତ୍ତା  ହୋଇ ନ ଥିବା ବେଳେ କେବଳ ଠାରରେ ଠାରରେ  ହିଁ ଏପରି କାଣ୍ଡ ଘଟାଇବାରେ ସଫଳ ହୋଇଥିଲେ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଏଁରିପାଲି ଗାଁରେ ଗତକାଲି ରାତି ଅଧରେ ଏପରି ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ସୌରଭ ଜୈନ ନାମକ ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ପଶି ସୁନା ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ରାତି ପ୍ରାୟ ୨ଟା ପରେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୌରଭଙ୍କ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରିବାର ସଦସ୍ୟ ଉଠି ପଡ଼ିବାରୁ ସେମାନେ ଲୁହା ରଡ଼, ବନ୍ଧୁକ ଧରି ସେମାନଙ୍କୁ ଭୟଭୀତ କରିଥିଲେ। ଏହାପରେ ମାତ୍ର ୧୦ ମିନିଟ୍‌ରେ ଘରେ କଳାକନା ବୁଲାଇ ଦେଇଥିଲେ।   ଲୁଟ୍‌ ସମୟରେ ଏହି ଦୁର୍ବୃତ୍ତମାନେ  କେବଳ ଠାରରେ  ପରସ୍ପରକୁ ସୂଚନା ଦେବା ସହ ସେମାନଙ୍କୁ ଧମକାଇଥିବା କହିଛନ୍ତି ସୌରଭ। ଏପରିକି ସେମାନେ ସୌରଭଙ୍କ ସମେତ ତାଙ୍କ ବାପା’ମା’ଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାଯାଇଛି। ଖବର ପାଇ ଆଜି ସକାଳୁ ଏସ୍‌ପି ବି.ଗଙ୍ଗାଧର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି  ତଦନ୍ତ କରୁଛନ୍ତି । ହେଲେ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ସୁରାଗ ମିଳିପାରି ନାହିଁ।  ଏଡି ଘଟଣାର ଠିକ୍‌ ୬ ଦିନ ପୂର୍ବରୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଜୁନାଗଡ଼ ହାଟରୁ କପା ବେପାର ସାରି ଫେରୁଥିବାବେଳେ  ଲୁଟ୍‌ ଓ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ୨୨ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିଲା।

Leave a comment