ରେଳ ମନ୍ତ୍ରୀଙ୍କ ନକଲି ପିଏ ଗିରଫ, ପ୍ରମୋସନ କରାଇ ଦେବା କହି ଟଙ୍କା ଲୁଟୁଥିଲା ଦେଶ- ବିଦେଶ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jul 30, 2021 0 Share ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି। ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା ଜଣେ ଯୁବକକୁ ଆଜି ପୁଲିସ ଗିରଫ କରିଛି। ଅଭିଯୁକ୍ତ ଗୋପାଳ ଶତପଥୀକୁ ଗିରଫ କରିଛି ପୁଲିସ। ରେଳ ଅଧିକାରୀଙ୍କ ବଦଳି ଓ ପ୍ରମୋସନ କରାଇବାକୁ କହି ସେ ଟଙ୍କା ନେଉଥିଲା। ଅଭିଯୁକ୍ତ ଗୋପାଳ ଦିଲ୍ଲୀରେ ରହି ଗ୍ୟାଙ୍ଗ ତିଆରି କରୁଥିଲା। Related Posts ଇସ୍ତଫା ଦେବାକୁ ବାଧ୍ୟ ହେବେକି ଧର୍ମେନ୍ଦ୍ର !! Jun 4, 2026 ପଶ୍ଚିମବଙ୍ଗରେ ବଡ଼ ମାର୍ଜିନରେ ଜିତି ସରକାର… Apr 26, 2026 କିନ୍ତୁ ଏହି ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଲୋଭ ଦେଖାଉଥିବା ବେଳେ ଫସିଥିଲା ଅଭିଯୁକ୍ତ। ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୁଲିସ। ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି। Nationalrailway-ministers-fraud-pa-arrested-by-police 0 Share FacebookTwitterGoogle+ReddItWhatsAppPinterestEmail