ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଉଛନ୍ତି ମାଟ୍ରିକ ପରୀକ୍ଷା ରାଜ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ On Jul 30, 2021 0 Share ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜିଠୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନି ତିନି ଥର ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ। Related Posts *ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ… Aug 14, 2026 ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା… Aug 6, 2026 ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ, ଲୋକଙ୍କ ସମାଜସେବା ଭିତରେ ରହି ସୁଯୋଗ ପାଇ ପାରିନଥିଲେ। କିନ୍ତୁ ଆଜି ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି। ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ପାଇଁ ଏକ ଆଇସୋଲେସନ ୱାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଆଜି ଅଫଲାଇନ୍ ପରୀକ୍ଷା ଦେବା ପାଇଁ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମୋଟ ୩୩ ଜଣ ଛାତ୍ରଛାତ୍ରୀ ଆସିଥିବା ଜଣାପଡିଛି। ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା ସହିତ ସାନିଟାଇଜର ବ୍ୟବହାର କରାଯାଇ ସ୍କୁଲ ଭିତରକୁ ଛଡା ଯାଇଛି। mla-purna-chandra-give-matric-examOdishaFastState 0 Share FacebookTwitterGoogle+ReddItWhatsAppPinterestEmail