ରତ୍ନ ଭଣ୍ଡାର ଖୋଲିବା ପ୍ରିକ୍ରିୟା ସମୟରେ ଅଚେତ୍ ହୋଇପଡିଲେ ପୁରୀ ଏସ୍‌ପି

0

ରତ୍ନ ଭଣ୍ଡାର ଖୋଲିବା ପ୍ରିକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଚାନକ ପୁରୀ ଏସ୍‌ପିଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି । ସେ ଅଚେତ ହୋଇ ପଡ଼ିଛନ୍ତି । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର ସିବିକେ ମହାନ୍ତି । ବେହରଣ ଦ୍ୱାର ନିକଟରେ ସେ ଅଚେତ୍‌ ହୋଇ ପଡ଼ିଥିବା ନେଇ ସୂଚନା ମିଳିଥିଲା । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ବାହାର ରତ୍ନ ଭଣ୍ଡାର ଖୋଲିବା ପରେ ଭିତର ରତ୍ନ ଭଣ୍ଡାର ଖୋଲା ଯାଉଥିଲା । ତେବେ ଗଜପତି ଦେଇଥିବା ଚାବିରେ ରତ୍ନ ଭଣ୍ଡାର ଖୋଲିବା ସମ୍ଭବ ହୋଇନଥିଲା । ଏବେ ତାଲା ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ତେବେ ପ୍ରଶାସନିକ ସ୍ତରରେ ଏହାକୁ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।

Leave a comment