ଶତକ ଡେଇଁଲା ୯ ରାଜ୍ୟର ପେଟ୍ରୋଲ ଦର
ଓଡ଼ିଶାଫାଷ୍ଟ (ବ୍ୟୁରୋ): ତୈଳ ଦରରେ ବ୍ରେକ ଲାଗୁନି । ହୁ ହୁ ହୋଇ ବଢ଼ୁଛି ତୈଳଦର । ୯ ରାଜ୍ୟରେ ଶହେ ଟଙ୍କା ଉପରେ ପେଟ୍ରୋଲ ଦର । ଗୋଟିଏ ଦିନ ସ୍ଥିର ପରେ ପୁଣି ବଢୁଛି ଡିଜେଲ୍ ଓ ପେଟ୍ରୋଲ ଦର । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୮୮ ଟଙ୍କା ୬୫ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୨୨ ପଇସାରେ ପହଞ୍ଚିଛି । ଡିଜେଲ୍ ଦର ୯୬ ଟଙ୍କା ୧୬ ପଇସା ରହିଛି ।
ଚେନ୍ନାଇରେ ପେଟ୍ରୋଲ ଦର ୯୯ ଟଙ୍କା ୧୮ ପଇସା ରହିଛି, ଡିଜେଲ୍ ଦର ହେଉଛି ୯୩ ଟଙ୍କା ୨୨ ପଇସା । କୋଲକାତାରେ ପେଟ୍ରୋଲ ଦର ୯୭ ଟଙ୍କା ୯୯ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୪୯ ପଇସାରେ ପହଞ୍ଚିଛି । ଏହାସହ ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର, ଓଡ଼ିଶାରେ ପେଟ୍ରୋଲ୍ ଦର ୧୦୦ ଟପିଛି ।