ଭାରତକୁ ଫେରିପାରେ ଟିକ୍‌ଟକ୍‌ !

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଟିକଟକ୍‌ ଭାରତରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶକୁ ଟିକଟକର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍‌ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ବୋଲି ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି । ତେବେ ବାଇଟଡ୍ୟାନ୍ସ ଆଶା କରୁଛି ଯେ ଟିକଟକ୍‌ ଖୁବଶୀଘ୍ର ଭାରତକୁ ଫେରିବ । ଭାରତରେ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ଜାତୀୟ ସୁରକ୍ଷା କାରଣରୁ ଗତବର୍ଷ ଭାରତ ସରକାର ଟିକଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Leave a comment