ହୋଲିରେ ରକ୍ତର ଛିଟା; ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର
ଆଜି ରଙ୍ଗର ପର୍ବ ହୋଲି। ସବୁଠି ଉତ୍ସବମୁଖର ପରିବେଶ। ରଙ୍ଗର ପର୍ବରେ ରଙ୍ଗୀନ ହୋଇ ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ମଉଜ ମସ୍ତି କରୁଛନ୍ତି ଲୋକେ। ତେବେ ଏ ମଧ୍ୟରେ ରକ୍ତର ହୋଲି ଖେଳିଥିବା ଦେଖିବାକୁ ମିଳିଛି | କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମର ମୁଣ୍ଡିଆ ସାହିରେ ଆଜି ସକାଳେ ଗୋଟିଏ ପରିବାରର ତିନିଜଣଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ।
ଆଉ ଏହି ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମା-ଝିଅ ଗୁରୁତର ଆହତ ହୋଇଛନ୍ତି | ଉଭୟନକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି | ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ପୁର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି |