ପରାଜୟ ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବି

0

ଅଷ୍ଟ୍ରେଲିଆ ହାତରୁ ପରାଜୟ ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ନବି। ଶୁକ୍ରବାର ଟ୍ଵିଟର ଜରିଆରେ ସେ ଏହାର ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ଟି-୨୦ ବିଶ୍ଵ କପ୍ ୨୦୨୨ରେ ନିଜର ଶେଷ ମୁକାବିଲାରେ ଅଷ୍ଟ୍ରେଲିଆ ହାତରୁ ୪ ରନରେ ପରାସ୍ତ ହୋଇଛି। ଟି-୨୦ ବିଶ୍ଵ କପ୍‌ର ଅଷ୍ଟମ ସଂସ୍କରଣରେ ଆଫଗାନିସ୍ତାନ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନାହିଁ।

ମହମ୍ମଦ ନବି ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଆମର ଟି-୨୦ ବିଶ୍ଵ କପ୍ ଯାତ୍ରା ସମାପ୍ତ ହୋଇଛି। ଯେଉଁ ପରିଣାମ ଆମକୁ ମିଳିଲା ତାକୁ ନା ଆମେ ଆଶା କରିଥିଲୁ ନା ଆମର ସମର୍ଥକ ଆଶା କରିଥିଲେ। ଆମେ ମଧ୍ୟ ସେତିକି ନିରାଶ ଯେତିକି ଆପଣମାନେ। ଗତ ଗୋଟିଏ ବର୍ଷରେ ଆମେ ସେହି ସ୍ତରର ପ୍ରସ୍ତୁତି କରିନଥିଲୁ, ଯେମିତି ବିଶ୍ଵ କପ୍ ପାଇଁ କରାଯାଏ। କିଛି ଗସ୍ତରେ ଦଳ ପ୍ରବନ୍ଧକ, ଚୟନ କମିଟି ଏବଂ ୪ ଗୋଟିଏ ପୃଷ୍ଠଭୂମିରେ ନଥିଲେ। ଯାହାର ପ୍ରଭାବ ଦଳର ସନ୍ତୁଳନ ଉପରେ ପଡିଥିଲା। ତେଣୁ ଉଚିତ୍ ସମ୍ମାନ ସହିତ ମୁଁ ଅଧିନାୟକ ପଦ ଛାଡିବାକୁ ଘୋଷଣା କରୁଛି। ଯେବେ ପ୍ରବନ୍ଧନ ଏବଂ ଦଳକୁ ମୋର ଆବଶ୍ୟକତା ପଡିବ ମୁଁ ନିଜ ଦେଶ ପାଇଁ ଖେଳିବା ଜାରି ରଖିବି।

ମୁଁ ଆପଣ ସମସ୍ତଙ୍କୁ ହୃଦୟତାର ସହ ଧନ୍ୟବାଦ ଜଣାଉଛି। ଆପଣ ବର୍ଷା ସତ୍ତ୍ଵେ ବି ପଡିଆକୁ ଆସିଲେ ଆମର ସମର୍ଥନ କଲେ। ଆପଣଙ୍କ ଭଲ ପାଇବା ବାସ୍ତବରେ ଆମ ପାଇଁ ବହୁତ ମହତ୍ଵ ରଖେ। ଦୀର୍ଘାୟୁ ଆଫଗାନିସ୍ତାନ।

ଆଫଗାନିସ୍ତାନ ପାଇଁ ଟି-୨୦ ବିଶ୍ଵ କପ୍ ବହୁତ ନିରାଶଜନକ ରହିଛି। ସୁପର-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଏହି ଦଳର ଦୁଇଟି ମୁକାବିଲା ବର୍ଷାରେ ଧୋଇ ହୋଇ ଯାଇଥିଲା। ବାକି ତିନୋଟି ମ୍ୟାଚ୍‌ରେ ଦଳକୁ ପରାଜୟ ଭୋଗିବାକୁ ପଡିଥିଲା। ଚଳିତ ବିଶ୍ଵ କପ୍‌ରେ ଆଫଗାନିସ୍ତାନ ଏମିତି ଏକ ଦଳ ଯିଏ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନାହିଁ।

Leave a comment