ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା

0

ଶୁକ୍ରବାର ଠାରୁ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି ହାତରେ ମିଜୋରାମର ଶାସନ ଭାର । ଜେଡପିଏମ୍ ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବାହ୍ଣ ୧୧ଟା ବେଳେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ହୋଇଛି । ରାଜ୍ୟପାଳ ରାଜ୍ୟପାଳ ହରି ବାବୁ କାମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି ।

ବୁଧବାର ଜେଡପିଏମ୍ ନେତା ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ପତ୍ର ଦେଇଛନ୍ତି । ୪୦ ଆସନ ବିଶିଷ୍ଟ ବିଧାନସବାରେ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି ୨୭ଟି ସିଟ୍ ସ୍ପଷ୍ଟ ବହୁମତ ସହିତ ବିଜୟୀ ହୋଇଛି । ରାଜ୍ୟରେ ବିରୋଧୀ ପାର୍ଟି ଏମଏନଏଫକୁ ମାତ୍ ଦେଇଛି ଦଳ । ଏମଏନଏଫ ୧୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୨ଟି ଏବଂ କଂଗ୍ରେସ ପାର୍ଟି ଗୋଟିଏ ସିଟରେ ସୀମିତ ରହିଛି ।

ଜେଡପିଏମ ନେତାଙ୍କ କହିବା ଅନୁଯାୟୀ, ଦଳ ପକ୍ଷରୁ ବୁଧବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କୁ ଭେଟ୍ କରି ସରକାର ଗଠନ ନେଇ ଦାବି ରଖିଛନ୍ତି । ତେବେ ଆଜି ଜେଡଏମଏଫ ସରକାର ଗଠନ କରିସାରିଥିବା ବେଳେ ଆସନ୍ତା ସପ୍ତାହରେ ପ୍ରଥମ ବିଧାନସଭା ଅଧିବେଶନ ବସିବ । ଏହାଛଡ଼ା ରାଜ୍ୟ ବିକାଶ ପାଇଁ ୧୦୦ ଦିନରେ କର୍ମ ଯୋଜନା ଶୀଘ୍ର ଘୋଷଣା କରାଯିବ ବୋଲି ନେତା ଜେଡପିଏମ କହିଛନ୍ତି ।

ମିଜୋରାମ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଥିବା ଲାଲଦୁହୋମା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସୁରକ୍ଷା ପ୍ରଭାରୀ ରହିଥିଲେ । ଗତକାଲି ସେ ଦଳର ନବ ନିର୍ବାଚିତ ବିଧାୟକମାନଙ୍କ ସହିତ ଭେଟ କରି ଆଲୋଚନା କରିଛନ୍ତି ।

Leave a comment