ଥରିଲା ୪ରାଜ୍ୟ

0

ଆଜି ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁରେ ଶୁକ୍ରବାର ସକାଳ ୭.୩୯ରେ ୩.୨ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

କର୍ଣ୍ଣାଟକର ବିଜୟପୁର ଜିଲାରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ରହିଥିଲା।

ଏନ୍‌ସିଏସ୍‌ ଅନୁଯାୟୀ, ଶୁକ୍ରବାର ସକାଳ ୬.୫୨ରେ କର୍ନାଟକରେ ଭୂକମ୍ପ ଅନୁଭୂତ ହୋଇଥିଲା। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନାହିଁ। ଗୁଜରାଟର କୁଚ ଏବଂ ରାଜକୋଟରେ ସକାଳ ୯ଟାରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୩.୯ବୋଲି କୁହାଯାଉଛି। ଭୂକମ୍ପର ଗଭୀରତା ୨୦ କିଲୋମିଟର ଥିଲା। ସେହିପରି ଆଜି ସକାଳ ୮.୪୬ରେ ମେଘାଳୟର ରାଜଧାନୀ ଶିଲଂରେ ୩.୮ ମ୍ୟାଗ୍ନିଚ୍ୟୁଡ୍‌ର ଭୂକମ୍ପ ଅନୁଭୂତ ହୋଇଥିଲା।

Leave a comment