କାନାଡ଼ା ପ୍ରତି ଭିସା ନୀତି କୋହଳ କଲା ଭାରତ
କାନାଡ଼ା ପ୍ରତି ଭିସା ନୀତି କୋହଳ କଲା ଭାରତ। ନିର୍ଦ୍ଦିଷ୍ଟ କେତୋଟି ବର୍ଗରେ କାନାଡ଼ା ପାଇଁ ଭିସା କୋହଳ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ପ୍ରବେଶ ଭିସା, ବ୍ୟବସାୟ, ମେଡିକାଲ ଏବଂ ସମ୍ମିଳନୀ ଭିସାରେ ଭାରତ ସରକାର କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଲିଛି।
ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ କାନାଡ଼ା ଓ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଉଭୟ ଦେଶ ପରସ୍ପର ନାଗରିକଙ୍କ ପ୍ରତି ଭିସା ବନ୍ଦ କରିଦେଇଛନ୍ତି। ହେଲେ କାନାଡ଼ାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଭିସା କୋହଳ ନେଇ ଏକ ସୂଚନା ଜାରି କରାଯାଇଛି।
ଏଥିରେ ଲେଖାଯାଇଛି ‘ସୁରକ୍ଷା ସ୍ଥିତିର ଗଭୀର ସମୀକ୍ଷା କରିବା ପରେ, ଏହି ସମ୍ପର୍କିତ ନିକଟରେ କାନାଡ଼ା ନେଇଥିବା ନୀତୁକ ଦେଖି ଭିସା ନୀତିରେ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି।’ ଗୁରୁବାର (ଅକ୍ଟୋବର ୨୬) ଦିନ କୋହଳ ଲାଗୁ ହେବ ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।