ପାତାଲକୋଟ୍ ଏକ୍ସପ୍ରେସ୍‌ରେ ନିଆଁ

0

ପାତାଲକୋଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନ୍‌ଟି ପଞ୍ଜାବ ପିରୋଜପୁରକୁ ଯାଉଥିବା ବେଳେ ଆଗ୍ରା ଓ ଝାନ୍ସି ମଧ୍ୟରେ ଥିବା ଭାଣ୍ଡାଇ ଷ୍ଟେସନ୍‌ ନିକଟରେ ଦୁଇଟି କୋଚ୍‌ରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇ ନଥିବା ଏଯାବତ ସୂଚନା ମିଳିଛି।

ଏକ୍ସପ୍ରେସର ଦୁଇଟି କୋଚ୍‌ରେ ନିଆଁ ଲାଗିବା ପରେ ଅନ୍ୟ ବଗିରେଗୁଡ଼ିକରେ ନିଆଁ ଲାଗିଯିବା ଭୟରେ ଟ୍ରେନ୍‌ରୁ ୪ଟି ବଗି ହଟାଇ ଦିଆଯାଇଛି।

ଆଗ୍ରା ଉତ୍ତର କେନ୍ଦ୍ରୀୟ ରେଳବାଇ ଜୋନ୍‌ର ଲୋକସମ୍ପର୍କ ଅଧିକାରୀ ପ୍ରଶସ୍ଥି ଶ୍ରୀବାସ୍ତବ କହିଛନ୍ତି। ଅପରାହ୍ନ ୩.୪୫ ମିନିଟ୍‌ ସମୟରେ ଦୁଇଟି କୋଚ୍‌ରୁ ଧୂଆଁ ବାହାରିବା ପରେ ତୁରନ୍ତ ଅନ୍ୟ ୪ଟି କୋଚ୍‌କୁ ଅଲଗା କରି ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଇଞ୍ଜିନର ଚତୁର୍ଥ କୋଚ୍ ଜିଏସ୍ କୋଚ୍‌ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଘଟଣା ପରେ ଖବର ପାଇ ୫ ଜଣିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଜଣେ ଯାତ୍ରୀଙ୍କ ଚୁଟି ଜଳିଯାଇଥିଲେ ବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିନିଆଯାଇଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

ଘଟଣା ପରେ ଦୂରଗାମୀ ଏକ୍ସପ୍ରେସ ନିକଟସ୍ଥ ଟ୍ରାକ୍‌ରେ ପହଞ୍ଚିଥିଲା। ଯାତ୍ରୀମାନଙ୍କୁ ଉକ୍ତ ଟ୍ରେନ୍‌ରେ ବସାଇ ଗନ୍ତବ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳର ତଦନ୍ତ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ଲୋକସମ୍ପର୍କ ଅଧିକାରୀ ପ୍ରଶସ୍ଥି ଶ୍ରୀବାସ୍ତବ କହିଛନ୍ତି

Leave a comment