ଯଦି ଆପଣଙ୍କ ହାତରୁ ଏହି ୫ଟି ଜିନିଷ ଖସିପଡ଼େ, ତେବେ ଜାଣିନେବେ ଏହା ହେଉଛି ଅଶୁଭ ଲକ୍ଷଣ

0

ପ୍ରତ୍ୟେକ ଦିନ ଆମ ସହିତ ଏପରି କିଛି ଘଟିଥାଏ ଯାହାକୁ ଆମେ ଅଣଦେଖା କରିଦେଇ ଥାଉ । କିନ୍ତୁ ତାର ସିଧାସଳଖ ସମ୍ପର୍କ ଆମ ଜୀବନ ସହିତ ରହିଥାଏ । ଆମ ମଣିଷ ଜୀବନ ରେ ଧର୍ମ ର ଖୁବ୍ ମହତ୍ତ୍ଵ ରହିଛି । ଧର୍ମ କାର୍ଯ୍ୟରେ ବିଶେଷ ଭାବରେ ଶୁଭ ଓ ଅଶୁଭ କୁ ନେଇ ଆମେ ବିଭିନ୍ନ ସମୟରେ ବିଭିନ୍ନ କଥା ସୁଣିଥାଉ । ଯାହାର ଜୀବନ ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡିଥାଏ ।

ଆମେ ଶାସ୍ତ୍ର ଅନୁସାରେ ଶୁଣି ଥାଉ ଯେ କିଛିଟା ଜିନିଷ ହାତରୁ ଅଜାଣତ ରେ ଖସିବା ଶୁଭ ହୋଇଥାଏ ଓ ଆଉ କିଛିଟା ଜିନିଷ ଖସିବା ଦ୍ଵାରା ଅଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ଥାଏ ଯାହା ହାତରୁ ଖସିବା ଅଶୁଭ ହୋଇଥାଏ । ଆଜି ଆସନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡ଼ିକ କଣ ।

-ଶାସ୍ତ୍ର ଅନୁସାରେ ଅନ୍ନ ହେଉଛି ସ୍ଵୟଂ ମା ଲକ୍ଷ୍ମୀଙ୍କ ରୂପ ବୋଲି ଆମେ ହିନ୍ଦୁ ଧର୍ମରେ ଜାଣି ଥାଉ । ଯଦି ନିୟମିତ ଆପଣ ଅନ୍ନ ଖାଇବା ସମୟରେ କିମ୍ବା ଅନ୍ୟ ସମୟରେ ନଷ୍ଟ କରୁଛନ୍ତି ତେବେ ଏହା ଅଶୁଭ ଅଟେ । ଏହାଦ୍ବାରା ଧନ ହାନୀ ହୋଇଥାଏ ।

– ଖାଇବା ସମୟରେ ଆମ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଥାଳି କଡ଼ରେ ସାମାନ୍ୟ ଲୁଣ ଦିଆଯାଇ ଥାଏ । ଆମେ ଭୋଜନ କରି ସାରିବା ପରେ ସେହି ଲୁଣ ରେ ସାମାନ୍ୟ ପାଣି ପକାଇ ଦେବା ଆବଶ୍ୟକ । ଯଦି ଆପଣ ଲୁଣ କୁ ଅନାଦର କରିବେ ତେବେ ଋଣ ଭାର ବଢିବ ଓ ଆର୍ଥିକ ଅନାଟନ ଦେଖା ଯିବ ।

-ସିନ୍ଦୂର ହେଉଛି ସଧବା ନାରୀ ଙ୍କ ପ୍ରତୀକ । ସକାଳୁ ଉଠିବା ପରେ ମଥାରେ ସିନ୍ଦୂର ଧାରଣ କରିବା ଦ୍ୱାରା ମହିଳା ମାନେ ସୌଭାଗ୍ୟ ବତୀ ହୋଇ ଥାଆନ୍ତି । ତେଣୁ ସିନ୍ଦୂର କୁ ଅସମ୍ମାନ କରିବା କଦାପି ଉଚିତ୍ ନୁହେଁ କିମ୍ବା ସିନ୍ଦୂର ର ଅନାଦର କରିବା ମଧ୍ୟ ଉଚିତ୍ ନୁହେଁ । ଯଦି ସିନ୍ଦୂର ଫରୁଆ ରୁ ସିନ୍ଦୂର ଖସି ଯାଉଛି ତେବେ ଏହା ଅଶୁଭ ସଂକେତ ଦେଇଥାଏ ।

-ତେଲ ଗୋଟିଏ ଏଭଳି ଜିନିଷ ଯାହା ସହିତ ଅନେକ ଶୁଭ ଅଶୁଭ ସଂକେତ ଯୋଡି ହୋଇ ରହିଥାଏ । ଯଦି ରୋଷେଇ କରିବା ସମୟରେ ତେଲ ପଡ଼ି ଯାଉଛି ତେବେ ଏହା ଶୁଭ ହୋଇଥାଏ କିନ୍ତୁ ପଡ଼ି ଯାଇଥିବା ତେଲ କୁ ଉଠାଇବା ଅଶୁଭ ଅଟେ ।

-ପୂଜା କରିବା ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୀପ । ଦୀପ ମଣିଷ ର ମନକୁ ବା ଭାବକୁ ଈଶ୍ୱର ଙ୍କ ସହିତ ଯୋଡି ଥାଏ । ଯଦି ପୂଜା ସମୟରେ ଦୀପ ଲିଭିଯାଇ ଥାଏ ତେବେ ଏହା ଅଶୁଭ ସଂକେତ ଅଟେ ବୋଲି ଆମେ ଭାବିନେଉ । ସେହିଭଳି ପୂଜା ଦୀପ ଓ ପୂଜା ବାସନ ହାତରୁ ଖସିବା କଦାପି ଶୁଭ ନୁହେଁ । ଏପରି ସ୍ଥିତି ରେ ଆପଣ ଭଗବାନ ଙ୍କୁ କ୍ଷମା ମାଗି ଆଗକୁ ବଢିବା ଆବଶ୍ୟକ ।

Leave a comment