ବଦଳିଲା ବିଶ୍ବକପ୍ ୨୦୨୩ର ଖେଳସୂଚୀ
ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୨୩ ରେ ଖେଳାଯିବାକୁ ଥିବା ମୋଟ ୯ଟି ମ୍ୟାଚ୍ର ଖେଳସୂଚୀ ବଦଳିଛି। ଆଇସିସି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମେତ ମୋଟ ୯ଟି ମ୍ୟାଚ୍ର ସେଡ୍ୟୁଲ ବା ଖେଳସୂଚୀ ପରିବର୍ତ୍ତନ କରିଛନ୍ତି। ବିଶ୍ବକପ୍ରେ ବହୁପ୍ରତିକ୍ଷିତ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଏବେ ଗୋଟିଏ ଦିନ ପୂର୍ବରୁ ଆୟୋଜନ ହେବ। ଅନ୍ୟ ୮ଟି ମ୍ୟାଚ୍ର ବିବରଣୀ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ପୂର୍ବ ଖେଳସୂଚୀ ଅନୁସାରେ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ହେବାକୁ ଥିବା ବେଳେ ଏବେ ଏହା ଗୋଟିଏ ଦିନ ପୂର୍ବରୁ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହା ସମାନ ସ୍ଥାନରେ ୧୪ ଅକ୍ଟୋବରରେ ଖେଳାଯିବ। ସେହିପରି ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ମ୍ୟାଚ୍ ଶନିବାର, ୧୪ ଅକ୍ଟୋବରରୁ ପରିବର୍ତ୍ତନ କରି ୧୫ ଅକ୍ଟୋବର ଧାର୍ଯ୍ୟ କରାଯାଇଛି।
ଆଇସିସି ବିଶ୍ବକପ୍ ୨୦୨୩ର ସଦ୍ୟତମ ଖେଳସୁଚୀ:
ଇଂଲଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୦, ସକାଳ ୧୦ଟା ୩୦
ପାକିସ୍ତାନ ବନାମ ଶ୍ରୀଲଙ୍କା- ଅକ୍ଟୋବର ୧୦, ଅପରାହ୍ନ ୨ଟା
ଅଷ୍ଟ୍ରେଲିଆ ବନାମ ଦ. ଆଫ୍ରିକା- ଅକ୍ଟୋବର ୧୨ , ଅପରାହ୍ନ ୨ଟା
ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୩, ଅପରାହ୍ନ ୨ଟା
ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୪, ଅପରାହ୍ନ ୨ଟା
ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୫, ଅପରାହ୍ନା ୨ଟା
ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ନଭେମ୍ବର ୧୧, ସକାଳ ୧୦ଟା ୩୦
ଇଂଲଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୧୧, ଅପରାହ୍ନ ୨ଟା
ଭାରତ ବନାମ ନେଦରଲାଣ୍ଡ- ନଭେମ୍ବର ୧୨,
ଅପରାହ୍ନ ୨ଟା