ଶ୍ରୀମନ୍ଦିର ପରିକ୍ରମା ପାଇଁ ଖେମଜି ଫାଉଣ୍ଡେସନ ପକ୍ଷରୁ ୧୧ ଲକ୍ଷ ଅନୁଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗତ କିଛିଦିନ ହେବ ଶ୍ରୀମନ୍ଦିର ସୁରକ୍ଷା ଓ ଏହାର ଚତୁର୍ପାଶ୍ୱର ସୌନ୍ଦର୍ଯ୍ୟ ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଶ୍ରୀମନ୍ଦିର ପ୍ରଶାସକ ଡା କ୍ରିଷନ କୁମାର ନିଜ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠାର ସହ ପ୍ରତିପାଦନ କରୁଛନ୍ତି । ଡା କ୍ରିଷନ କୁମାରଙ୍କ ଉପସ୍ଥିତିରେ ଅନେକ ଭକ୍ତ ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଆଜି ଖେମଜି ଫାଉଣ୍ଡେସନ ପକ୍ଷରୁ ମିତେଶ ଖେମଜି ଏବଂ ସୁମୀତ ଖେମଜି ଡା କ୍ରିଷନ କୁମାରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ଉପଲକ୍ଷେ ୧୧ ଲକ୍ଷ ଅନୁଦାନ ପ୍ରଦାନ କରିଛନ୍ତି ।

Leave a comment