୧୩ ଏପ୍ରିଲରେ ଚୈତ୍ର ନବରାତ୍ରୀ,ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବନ୍ଧୁଗଣ ଆଗକୁ ଆସୁଛି ଚୈତ୍ର ନବରାତ୍ରୀ। ଏହି ପୂଜା କେବେ ଠାରୁ ଆରମ୍ଭ ହେବ ଏବଂ କେବେ ଶେଷ ହେବ ଏବଂ ମାଙ୍କର କଣ ରହିବ ପୂଜାରେ ରୀତିନୀତି ଆସନ୍ତୁ ଜାଣିବା।ତେବେ ପବିତ୍ର ହୋଲି ପରି ପର୍ବ ଏବେ ସରିଯାଇଛି ଏବଂ ଆଗକୁ ଆସୁଛି ଚୈତ୍ର ନବରାତ୍ରୀ। ଏହି ଦିନ ଆମେ ମାତାଙ୍କର ୯ ଦିନର ୯ ରୂପର ଆରାଧନା କରିବା। ତାଙ୍କ ପାଇଁ ବ୍ରତ ମଧ୍ୟ ରଖିବା। ତେବେ ନବରାତ୍ରୀକୁ ଆଦ୍ୟଶକ୍ତିର ଶ୍ରେଷ୍ଠ କାଳ ମାନି ନିଆଯାଏ। ନବରାତ୍ରୀ ୪ ପ୍ରକାରର ହୋଇଥାଏ। ଚୈତ୍ର, ଆଷାଢ଼,ଆସୀନ, ମାଘ ମାସ ଶୁକ୍ଳପକ୍ଷର ପ୍ରତିପଦ ଠାରୁ ଆରମ୍ଭ କରି ନବମୀ ଦିନ ପର୍ଯ୍ୟନ୍ତ ନବରାତ୍ରୀ ରୂପେ ପାଳନ କରାଯାଏ। ଏହି ନବମୀକୁ ରାମନବମୀ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହି ତିଥିକୁ ସୃଷ୍ଟିର ଆରମ୍ଭ ମଧ୍ୟ କୁହାଯାଏ। ତେବେ ଏହି ତିଥିକୁ ଅତି ପବିତ୍ର ବୋଲି ମଧ୍ୟ ମାନାଯାଏ। ନବରାତ୍ରୀରେ ପ୍ରତିଦିନ ଏକ ଶକ୍ତିର ପୂଜା ଅର୍ଚ୍ଚନା କରାଯାଇଥାଏ। ଏବଂ ଏହି ପାବନ ପର୍ବକୁ ନାରୀଶକ୍ତି ରୂପେ ମଧ୍ୟ ପାଳନ କରାଯାଇଥାଏ। ତେବେ ଚୈତ୍ର ନବରାତ୍ରୀ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ ଠାରୁ ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା କି କେବେଠାରୁ ଏହି ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି।
ଏହି ବର୍ଷ ନବରାତ୍ରୀ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ସେଥିପାଇଁ ମାଙ୍କ ବାହନ ଘୋଡା ହିଁ ରହିବ। ଏହାର ମାନ୍ୟତା ଅଛି କି ଏହା ସତରେ ଉଥଲ ପୁଥଲ ହୋଇପାରେ ଏବଂ ଶାସନର ପରିବର୍ତ୍ତନର ଯୋଗ ମଧ୍ୟ ବନୁଛି। ପୋଡ଼ସି ଦେଶଙ୍କ ସହିତ ଯୁଦ୍ଧର ଆଶଙ୍କା ବଢୁଛି ଏବଂ କିଛି ସ୍ଥାନରେ ଝଡ଼ ତଫାନର ମଧ୍ୟ ଆଶଙ୍କା ରହିଛି। ଏବଂ ଯେଉଁମାନେ ବି ନବରାତ୍ରୀର ଘଟ ପ୍ରସ୍ତୁତ କରିବେ ସେମାନେ ୧୩ ଏପ୍ରିଲରେ ସକାଳ ୫.୨୮ ମିନିଟରୁ ସକାଳ ୧୦.୧୪ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି ବୋଲି କୁହାଯାଉଛି। ଘରକୁ ଭଲ ଭାବରେ ସଫା କରନ୍ତୁ। ଗୋମୂତ୍ରକୁ ଛିଞ୍ଚନ୍ତୁ, ବାତାବରଣକୁ ଶୁଦ୍ଧ ରଖନ୍ତୁ। ମାଙ୍କୁ ଶୁଦ୍ଧ ଜଳରେ ସ୍ନାନ କରନ୍ତୁ। ଦୀପ ଜଳାନ୍ତୁ। ମାଙ୍କ ମନ୍ତ୍ରର ଜପ ମଧ୍ୟ କରିପାରିବେ। ଦୁର୍ଗା ସପ୍ତସତୀର ପାଠ ମଧ୍ୟ ଆପଣ ଏହି ନବରାତ୍ରୀରେ କରିପାରିବେ ତେବେ ପୂଜାରେ କୁକୁମ,ଚନ୍ଦନ ଆଦି ରଖନ୍ତୁ। ପୁରା ଭକ୍ତି ଭାବରେ ଖୋଲା ହୃଦୟରେ ପୂଜା କରନ୍ତୁ ନିଜର ମନସ୍କାମନାକୁ ଜଣାନ୍ତୁ। ଏବଂ ଏହି ମନସ୍କାମନା ନିଶ୍ଚିତ ଭାବରେ ପୁରା ହେବ। ମାତାଙ୍କ ପାଖରେ ଭୋଗ ଲଗାନ୍ତୁ। ସକାଳ ସନ୍ଧ୍ୟାରେ ଆଳତି କରନ୍ତୁ। ସ୍ଵତୀଙ୍କ ଆହାର ଗ୍ରହଣ କରନ୍ତୁ। ଏବଂ ଅଖଣ୍ଡ ଦୀପକୁ ୯ ଦିନ ପର୍ଯ୍ୟନ୍ତ ଲିଭିବାକୁ ଦିଅନ୍ତୁ ନାହିଁ। ମନରେ କୌଣସି ପ୍ରକାରର ଖରାପ ବିଚାର ଆଣନ୍ତୁ ନାହିଁ। ଶୁଦ୍ଧ ଭକ୍ତି ଭାବ ରଖି ମାଙ୍କୁ ଆରଧନା କରନ୍ତୁ। ୯ ଦିନ ପର୍ଯ୍ୟନ୍ତ ମୁଣ୍ଡରେ ତେଲ ଦେବେ ନାହିଁ। କିମ୍ବା ଚୁଟି କାଟିବେ ନାହିଁ। ଲେମ୍ବୁ କାଟିବେ ନାହିଁ ଏବଂ କଳା ରଙ୍ଗର ବସ୍ତ୍ର ପରିଧାନ ମଧ୍ୟ କରିବେ ନାହିଁ।
ତେବେ ନବରାତ୍ରୀରେ କେଉଁ କେଉଁ ରୂପରେ ମାଙ୍କର ଆରାଧନା କରିବା ଆସନ୍ତୁ ଜାଣିବା। ନବରାତ୍ରୀର ପ୍ରଥମ ଦିନ ଶୈଳୀପୁତ୍ର ରୁପକୁ ପୂଜା କରାଯାଏ। ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ରୂପ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପ ଏବଂ ଚତୁର୍ଥ ଦିନରେ କୁଷ୍ପାଣ୍ଡ ରୂପ, ପଞ୍ଚମ ଦିନରେ ସ୍କନ୍ଧ ମାତାଙ୍କ ରୂପ, ଷଷ୍ଠ ଦିନରେ କାର୍ତ୍ତିୟନି ରୂପ, ସପ୍ତମ ଦିନରେ କାଲରାତ୍ରୀ ରୂପକୁ ପୂଜା କରାଯାଇଥାଏ। ସେହିପରି ଅଷ୍ଟମ ଦିନରେ ମହା ଗୌରୀ ରୁପକୁ ପୂଜା କରାଯାଇଥାଏ ଏବଂ ଶେଷ ବା ନବମ ଦିନରେ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଇଥାଏ ମାଙ୍କୁ। ତେବେ ଆଗାମୀ ନବରାତ୍ରୀରେ ଏହିପରି ଭାବରେ ମାଙ୍କର ପୂଜାରେ ନୀତିକାନ୍ତି ରହିବ