ବଜେଟ ଅଧିବେଶନ; ଗୃହତ୍ୟାଗ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବିଧାନସଭାର ବଜେଟ ଅଧିବେଶନରେ ଗୃହକାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗୋପାଳପୁର ବିଧାୟକ ପାଣିଗ୍ରାହୀ ।
ବିଧାୟକ ପାଣ୍ଠି ଖର୍ଚ୍ଚ ନେଇ ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା ସମୟରେ ନିଜ ଅସନ୍ତୋଷ ବ୍ୟକ୍ତ କରି ଗୃହ ତ୍ୟାଗ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ ବାଚସ୍ପତି ଓଡିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ । ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ।
ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି, ମୁଁ ଭାବୁଛି ମୋତେ ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରେଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁର ଉନ୍ନତି କାର୍ୟ୍ୟକ୍ରମ କରାଇ ଦିଆଯାଉ ନାହିଁ।
ଆସନ୍ତାକାଲି ଗୃହରେ ଯୋଗ ଦେବି କି ନାହିଁ ପରିସ୍ଥିତି ଉପରେ ନିର୍ଭର କରୁଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।