ଖୋର୍ଦ୍ଧା ଜିଲ୍ଲା କମିଟିର ନୂତନ ସଭାପତି ଓ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି
ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ଖୋର୍ଦ୍ଧା ୟୁନିଟର ନବୀକରଣ କରିଛନ୍ତି । ଦଳ ସୁପ୍ରିମୋ ଦଳୀୟ କର୍ମୀଙ୍କୁ ବିଭିନ୍ନ ପଦବୀରେ ନିଯୁ୍କ୍ତି ଦେଇଛନ୍ତି । ପ୍ରେସ ରିଲିଜ ଅନୁଯାଇ ନବ ନିଯୁକ୍ତ କର୍ମୀଙ୍କ ତାଲିକାରେ, ବିଭୂତି ଭୂଷଣ ବଳବନ୍ତରାୟ ବିଜେଡି ଜିଲ୍ଲା କମିଟି ସଭାପତି ଭାବେ ନିଯୁକ୍ତି ପାଇଥିବାବେଳେ ରାମଚନ୍ଦ୍ର ମହାପାତ୍ର ଖୋର୍ଦ୍ଧାର ପରାମର୍ଶଦାତା ଭାବେ ନିଯୁ୍କ୍ତି ପାଇଛନ୍ତି । ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ସେହିପରି ୩୩ ଜଣଙ୍କୁ ସାଧରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ୪୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ । ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରହିଥିଲେ ବିଭୂତି। ତେବେ ଦଳକୁ ତୃଣମୂଳ ସ୍ତରରେ ଏହି କମିଟି ପହଞ୍ଚାଇବ ବୋଲି ଆଶା ପ୍ରକାଶ କରିଛି ଦଳ ।