ପୁଣିଥରେ ଶ୍ରୀମନ୍ଦିରରେ ଲାଗିଲା ରକ୍ତ ଛିଟା

0

ଶ୍ରୀମନ୍ଦିର ଭିତର କାଠ ନିକଟରେ ପୁଣି ଲାଗିଲା ରକ୍ତ ଛିଟା। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ଆଜି ସକାଳ ପାଖାପାଖି ୬ଟା ୩୦ ସମୟରେ ଧୁଆଧୁଇ ହୋଇ ଚୂନ ପଡିବା ସହ ବଡ଼ ମହାସ୍ନାନ କରାଯାଇଛି । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି।

ତେବେ ଏହି ରକ୍ତ ଛିଟା କେମିତି ସେଠାରେ ପଡିଲା ଓ କିଏ ପକାଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନୁମାନ କରାଯାଉଛି।

Leave a comment