ଟ୍ୱିଟରକୁ ବାଏ ବାଏ କହିଲେ କରଣ
ଟ୍ୱିଟର ଛାଡିଲେ କରଣ ଜୋହର। ସବୁବେଳେ ଟ୍ଵିଟ୍ କରି ଚର୍ଚ୍ଚାରେ ରହୁଥିବା କରଣ ଟ୍ଵିଟର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। କରଣ ଜୋହରଙ୍କ ନାମ ବଲିଉଡରେ ସବୁଠାରୁ ଚର୍ଚ୍ଚିତ ଫିଲ୍ମମେକର ମଧ୍ୟରେ ଅନ୍ୟତମ। ସେ କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଏମିତି ଏକ ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
କରଣ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଟ୍ଵିଟରକୁ ବାଏ ବାଏ କହିବେ ବୋଲି ଟ୍ଵିଟ୍ କରି ଜଣାଇଛନ୍ତି। ଏପରି ଟ୍ଵିଟ୍ କରିବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କରଣ। ତେବେ କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡିନାହିଁ।
ଟ୍ଵିଟର ଛାଡିବା ପାଇଁ କରଣ ନିଜର ଶେଷ ଟ୍ଵିଟ୍ କରି ଯାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି, ଅଧିକ ସକାରାତ୍ମକ ଶକ୍ତି ପାଇବା ପାଇଁ ଜାଗା ଖୋଜୁଛି, ସେଥିପାଇଁ ପ୍ରଥମ ପଦକ୍ଷେପ। ଗୁଡବାଏ, ଟୁଇଟର। ଏହାକୁ ସେୟାର କରିବା ପରେ ନିଜର ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିଛନ୍ତି କରଣ ଜୋହର।