ମାୟାବିନୀ ଅର୍ଚ୍ଚନାଙ୍କ ଜାଲରେ କିଭଳି ଛନ୍ଦି ହୋଇଥିଲେ ନିର୍ମାତା ଅକ୍ଷୟ ପରିଜା, ନିଜ ଏଫଆଇଆରରେ ଖୋଲିଛନ୍ତି ସବୁ ରହସ୍ୟ

0

ମାୟାବିନୀ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫାସରେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଅର୍ଚ୍ଚନାଙ୍କ ବିରୋଧରେ ସେ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏଫଆଇଆର (FIR) ଦେଇଛନ୍ତି । ଅର୍ଚ୍ଚନାଙ୍କ ଜାଲରେ ସେ କିପରି ଫସିଥିଲେ ଓ କିପରି ବ୍ଲାକମେଲରଙ୍କ ଶିକାର ହୋଇଥିଲେ ସେ ସମ୍ପର୍କରେ ଅଭିଯୋଗକାରୀ ଅକ୍ଷୟ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

କେବଳ ଅର୍ଚ୍ଚନା‌ ନୁହେଁ ଅର୍ଚ୍ଚନାଙ୍କ ସହ ଆଉ ଜଣେ ଯୁବତୀଙ୍କ ନାଁ ମଧ୍ୟ ସେ ଉଲ୍ଲେଖ ରହିଛନ୍ତି । କିଭଳି ସେ ଅର୍ଚ୍ଚନାଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଏହି ଅଭିଯୋଗ ପରେ କର୍ପୋରେଟ ହାଉସର‌ କିଛି ହେବିଓ୍ବେଟ ଓ ରାଜ୍ୟ ବାହାରର ବିଜନେସ ମ୍ୟାନଙ୍କ ମଧ୍ୟରେ ଭାଳେଣି ପଡିଲାଣି । ଯେଉଁମାନେ ଅର୍ଚ୍ଚନା ସହ ଫଟୋ ଉଠାଇଥିଲା ସେମାନେ ଏବେ ସୋସିଆଲ ମିଡିଆରୁ ଫଟୋ ଡିଲିଟ ଆରମ୍ଭ କରିଛନ୍ତି । ରାଜଧାନୀର‌ ଜଣେ ସୁନା ବ୍ୟବସାୟୀଙ୍କ ଏହି ଫଟୋ ଡିଲିଟ ଏବେ ଏହି ଚର୍ଚ୍ଚାକୁ ଆହୁରି ଦ୍ବିଗୁଣିତ କରିଛି ।

Leave a comment