ବିମାନ ଦୁର୍ଘଟଣା: ୨ ଭାରତୀୟ ଟ୍ରେନି ପାଇଲଟ ମୃତ

0

ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ବୋଲି ଶନିବାର ସରକାରୀ ସ୍ତରରେ କୁହାଯାଇଛି ।ଦୁଇ ମୃତ ଟ୍ରେନି ପାଇଲଟ ହେଲେ ଅଭୟ ଗାଡ୍ରୁ ଏବଂ ବିଜୟ ରାମୁଗଡେ । ଦୁଇ ୨ ଇଞ୍ଜିନ୍‌ବିଶିଷ୍ଟ ହାଲୁକା ବିମାନ ‘ପାଇପର୍‌ ପିଏ-୩୪ ସନିକା’ ହଠାତ ଗଛରେ ପିଟି ହୋଇଥିଲା ।

ପିଟିହେବା ପରେ ବିମାନଟି ଚିଲିୱାକ ସହରର ଏକ ଭୋଜନାଳୟ ପଛପଟ ଜଙ୍ଗଲିଆ ଇଲାକାରେ ବୁଦା ପଛପଟେ ପଡିଥିଲା ବୋଲି କାନାଡା ପୋଲିସ ସୂତ୍ରରୁ ଜଣାଯାଇଛି ।

ଦୁଇ ଭାରତୀୟ ଟ୍ରନି ପାଇଲଟଙ୍କ ବ୍ୟତୀତ ଅନ୍ୟଜଣେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେବ ଏକ ଜନଗହଳିପୂର୍ଣ୍ଣ ଇଲାକାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ପଡିଥିଲେ ହେଁ ଆଉ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ମଧ୍ୟ ସ୍ଥାନୀୟ ପୋଲିସ କହିଛି ।

ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏବେ ବି ଅସ୍ପଷ୍ଟ । କାନାଡାର ସୁରକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ଚାଲିଛି । । ମୃତ ପାଇଲଟ୍‌ମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ ବୋଲି ସ୍ଥାନୀୟ ପୋଲିସ୍‌ କହିଛି ।

ପୁଲିସ ପକ୍ଷରୁ ଆହୁରି କୁହାଯାଇଛି, ‘ଦୁର୍ଘଟଣାସ୍ଥଳକୁ ଅବରୋଧ କରାଯାଇଛି। ଦୁର୍ଘଟଣାସ୍ଥଳକୁ ଆଞ୍ଚଳିକ ସ୍ବାସ୍ଥ୍ୟ ସେବା ଅନ୍ୟୂନ ୫ଟି ଆମ୍ବୁଲାନ୍ସ୍‌ ଓ ଜଣେ ‘ପାରାମେଡିକ୍‌ ସୁପର୍‌ଭାଇଜର୍‌’ଙ୍କୁ ପଠାଇଛି।’

୧୯୭୨ରେ ନିର୍ମିତ ଏହି ‘ପାଇପର୍‌ ପିଏ-୩୪ ସନିକା’ ବିମାନ ୨୦୧୯ରେ ପଞ୍ଜିକୃତ ହୋଇଥିଲା।

Leave a comment