ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍
ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ମାନେ ଭୟଙ୍କର ଆକ୍ରମଣ କରିଛନ୍ତି । ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ ଇସ୍ରାଏଲ୍ କମ୍ପି ଉଠିଛି । ଏହା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ୍ । ଇସ୍ରାଏଲ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜା ଆକାଶରେ ରକେଟର ଶବ୍ଦ ଶୁଣିବାକୁ ମିଳିଥିଲା ।
ସକାଳେ ସାଇରନ୍ ର ଶବ୍ଦ ତେଲ ଆଭିଭଠାରୁ ପ୍ରାୟ ୭୦ କିଲୋମିଟର ଦୂରରୁ ଶୁଣିବାକୁ ମିଳିଥିଲା । ରକେଟ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବ ।
ଅବରୋଧିତ ଗାଜା ଷ୍ଟ୍ରିପରୁ ଭୟଙ୍କର ରକେଟ୍ ଆକ୍ରମଣ ପରେ ଇସ୍ରାଏଲ୍ ଯୁଦ୍ଧ ସ୍ଥିତି ଘୋଷଣା କରିଛି । ଏକ ଉତ୍ସବର ଛୁଟିଦିନରେ ଉଚ୍ଚ ସାଇରନ୍ ଏବଂ ହାମାସ୍ ରକେଟ୍ ମାଡ଼ ହୋଇଥିଲା । ହାମାସ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୂଚନା ଦେଇ ଦେଶର ପ୍ରତିରକ୍ଷା ବାହିନୀ ଏହା କହିଛନ୍ତି ।