ଓଡ଼ିଶାର ୧୦ ଜିଲ୍ଲାରେ ସ୍ଥାପନ ହେବ ୧୦ଟି ନର୍ସିଂ ସ୍କୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ୧୦ଟି ଜିଲ୍ଲାରେ ୧୦ଟି ନର୍ସିଂ ସ୍କୁଲ ସ୍ଥାପନ ହେବା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସୂଚନା ଅନୁଯାୟୀ, ଆଗାମୀ ଦିନରେ ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି ନର୍ସିଂ ସ୍କୁଲ ସ୍ଥାପନ ହେବ। ପ୍ରତ୍ୟେକ ସ୍କୁଲରେ ୬୦ ଲେଖାଏଁ ସିଟ (ମୋଟ-୬୦୦ ସିଟ) ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ସ୍କୁଲ ଗୁଡିକୁ ସ୍ଥାପନ କରାଯିବ। ସେହିପରି ଝାରସୁଗୁଡା ଜିଲ୍ଲାରେ ନିର୍ମାଣ ହେଉଥିବା ହାର୍ଟ ହସ୍ପିଟାଲ ମଧ୍ୟ ଚଳିତ ବର୍ଷ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।