ଜୋର ଧରିଲା ସାମ୍ବାଦିକ ସୁରକ୍ଷା ଆଇନ ଦାବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଜୋର ଧରିଲା ସାମ୍ବାଦିକ ସୁରକ୍ଷା ଆଇନ। ଏନେଇ ରବିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ପ୍ରତିନିଧି ମଣ୍ଡଳଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଆଲୋଚନା କାଳରେ,ଆସନ୍ତା ବୁଧବାର ସୁଦ୍ଧା ତଦନ୍ତ ଉପରାନ୍ତେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉଭୟ ପ୍ରତିଶ୍ରୁତି ଦେଇଅଛନ୍ତି। ଅନ୍ୟଥା ରାଜ୍ୟ ବ୍ୟାପି ଆନ୍ଦୋଳନକୁ ବ୍ୟାପକ କରାଯିବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲା ସଂଗଠନ ର ସମର୍ଥନ ଲୋଡୁଛି।ଏହିକ୍ରମରେ ନୟାଗଡ଼ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଉପରେ ଚାପ ପ୍ରୟୋଗ ଉଦ୍ଦେଶ୍ୟରେ, ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲା ସଂଗଠନ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ପାଇଁ ସମସ୍ତ ଜିଲ୍ଲା ସଭାପତି ଙ୍କ ସହଯୋଗ ଲୋଡୁଛି।ଉକ୍ତ ପତ୍ରରେ ନିମ୍ନୋକ୍ତ ଦାବିକୁ ସ୍ଥାନିତ କରିବା ହେବେ।
୧: ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ।
୨:ନୟାଗଡ଼ ଠାରେ ଘଟିତ ସାମ୍ବାଦିକ ଆକ୍ରମଣ ଘଟଣାରେ ସଂପୃକ୍ତ ଅବକାରୀ ଏସ୍ ଆଇ ଙ୍କୁ ଗିରଫ।
୩:ସଂପୃକ୍ତ ଘଟଣାରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ଏତଲା ର ପ୍ରତ୍ୟାହାର।