ଅନଲାଇନ୍ରେ ଲୋକଙ୍କୁ ଠକୁଥିବା ୨ ଛାତ୍ର ଗିରଫ: ୧ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ):ଅନଲାଇନ୍ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିବା ୨ ଡିପ୍ଲୋମା ଛାତ୍ରଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅଧିକାଂଶ ଲୋକ ଆର୍ଥିକ କାରବାର କରୁଛନ୍ତି । ମାତ୍ର ଏହାଦ୍ୱାରା ଅନେକ ଅନ ଲାଇନ୍ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି । ଅନଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା୨ ଜଣଙ୍କୁ ଗିରଫ କରାଯାଇଛି । ଏହି ୨ ଜଣ ଡିପ୍ଲୋମା ଛାତ୍ର । ଜାମତରା ଗ୍ୟାଙ୍ଗ ଷ୍ଟାଇଲରେ ସେମାନେ ଲୋକଙ୍କ ଠକୁଥିଲେ । ଉଭୟେ ଲୋକଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରୁଥିଲେ । ପରେ ତଥ୍ୟ ମିଳିବା ସେମାନଙ୍କ ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ନେଉଥିଲେ ।