ଗୋରୁ ବୋଝେଇ ଟ୍ରକ ଜବତ: ୪ ଅଟକ
କଟକ: (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ସଦରଥାନା ଅନ୍ତର୍ଗତ ବମ୍ଫକୁଦଠାରୁ ଏକ ଗୋରୁ ଚୋରାଚାଲାଣ ହେଉଥିବା ଟ୍ରକକୁ ପୁଲିସ ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଟ୍ରକରେ ୫୦ରୁ ଊଦ୍ଧ୍ୱର୍ ଗୋରୁ ବୋଝେଇ ହୋଇ ଖୋର୍ଦ୍ଧାରୁ କଲିକତା ଅଭିମୁଖେ ଯାଉଥିଲା । ବଜରଙ୍ଗ ଦଳର କର୍ମୀମାନେ କୌଣସି ସୂତ୍ରରୁ ଖବର ପାଇ ଟ୍ରକକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଗୋରୁମାନଙ୍କୁ କଟକ ଗୋଶାଳାରେ ଛାଡିବା ପରେ ଟ୍ରକକୁ ଜବତ କରିଥିଲା । ଏଥିସହିତ ସେଥିରେ ଥିବା ଡ୍ରାଇଭର ସହିତ ଅନ୍ୟ ୩ ଜଣଙ୍କୁ ଅଟକ ରଖିଛି ।