ଦିନେ ଏହି ଗଛରେ ଚଢେଇ ବସା ବାନ୍ଧିବ : ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରିଛନ୍ତି । ଏନେଇ ସେ ଟ୍ବିଟ୍ କରିଛନ୍ତି । ସେ ଲେଖିଛନ୍ତି, ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା କରିବ । ଶୁଭିବ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ । ଫୁଲ ଉପରେ ମହୁମାଛି ବସିବ । ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଜନନୀ ଜନ୍ମଭୂମିଶ୍ଚ ସ୍ବାର୍ଗାଦପି ଗରିୟସୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ।