ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାରେ ମାଛ ଧରିବାକୁ ଯାଇ ଜଣେ ଯୁବକ ନଦୀରେ ବୁଡିଯାଇଛନ୍ତି। ମୃତ ଯୁବକ ହେଉଛନ୍ତି ବ୍ରହ୍ମବରଦା ଗ୍ରାମର ଅକ୍ଷୟ ସେଠୀଙ୍କ ପୁଅ ୨୨ ବର୍ଷୀୟ ପିୟୁଷ ।
ସୂଚନାଯୋଗ୍ୟ, ପୀୟୂଷ ଆଜି ବ୍ରହ୍ମବରଦାସ୍ଥିତଃ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ବୁଡିଯାଇଥିଲେ । ମାଛ ଧରୁ ଧରୁ ଅସବାଧାନତା ହେତୁ ଗଣ୍ଡରେ ବୁଡି ଯାଇଥିଲେ । ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଂଚି ପାଣିରୁ ଉଧାରକରି ଯାଜପୁର ମେଡ଼ିକାଲକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।