ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଚିଠି, ରଖିଲେ ଏହି ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଓଡିଶା ଗସ୍ତ ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ବାସୀଙ୍କ ହିତ ପାଇଁ ଚିଠି ଲେଖିଛନ୍ତି। ସେ ଚିଠି ରେ ଉଲ୍ଲେଖ କରିଛନ୍ତି ଯେ,
ଆପଣ ଓଡ଼ିଶା ଗସ୍ତରେ ଆସୁଥିବା ଜାଣିବାକୁ ପାଇଲି l ତେଣୁ ଆମ ରାଜ୍ୟର ଜନ ସ୍ଵlର୍ଥ ସମ୍ବଳିତ କେତେକ ପ୍ରସଙ୍ଗ ଉପସ୍ଥାପନା କରିବାକୁ ଚାହୁଁଛି ! ବିଶେଷକରି ଉତ୍ତର ଓଡିଶା ସମ୍ପର୍କରେ। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଦ୍ୱିତୀୟ ଶାସନ କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ମେଡିକାଲ କଲେଜ, ଏକ ସୁପର ସ୍ପେସିଆଲିଟୀ ହସ୍ପିଟାଲ ଏବଂ ଗୋଟିଏ ଜନ ସ୍ୱାସ୍ଥ୍ୟ ବିଦ୍ୟାଳୟ ସ୍ଥାପନା ନେଇ ନିଷ୍ପତ୍ତି ହୋଇଥିଲା l

ଏହା ସମେତ ରାଜ୍ୟରେ 5ଟି ମେଡିକାଲ କଲେଜ ସ୍ଥାପନା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା l ହେଲେ ପରିତାପର ବିଷୟ ଏହି କି ଯେ ପ୍ରସ୍ଥlବିତ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ଜନସ୍ୱାସ୍ଥ୍ୟ ସ୍କୁଲ କାର୍ଯ୍ୟ ବନ୍ଦ ହୋଇଯାଇଛି l ତାହା ପୁଣି ଆପଣ 2014 ମେ ମାସରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ l
।ଏହାର କାର୍ଯ୍ୟ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ମହୋଦୟ ଆପଣଙ୍କୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ବାରମ୍ବାର ଅନୁରୋଧ କରିଛି l ହେଲେ ଏଥିରୁ କୌଣସି ସୁଫଳ ମିଳିଲା ନାହିଁ l ହର୍ଷବର୍ଦ୍ଧନ କିନ୍ତୁ 2014 ଗସ୍ତ ସମୟରେ ଏହାର କାର୍ଯ୍ୟ ସାରିବାକୁ କହିଥିଲେ l ହେଲେ ଏହା ପରେ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଦେଖା ଗଲା ନାହିଁ l
ଆପଣ କେବଳ ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ବାଲେଶ୍ୱର କେନ୍ଦ୍ରୀକ ମନେ କରନ୍ତୁ ନାହିଁ l ଏହି ଗୁଡିକ କାଯ୍ୟକାରୀ ହେଲେ ସମଗ୍ର ଉତ୍ତର ଓଡ଼ିଶା, ପଡୋଶୀ ଝାରଖଣ୍ଡ ଏବଂ ପଚିମବଂଗର କିଛି ଅଞ୍ଚଳବାସୀ ଉପକୃତ ହେବେ l ତେଣୁ ଆପଣ ଆଗାମୀ ଦିନରେ ଏହି କାଯ୍ୟ ଗୁଡିକ ସମାପ୍ତ କରିବା ଦିଗରେ ଚେଷ୍ଟା କରିବେ ବୋଲି ଆଶା l ଅନ୍ତତଃ କୋଭିଡ ମହାମାରୀର ଦୁଇଟି ଲହରର ଭୟାଭୟତା କୁ ଦେଖି ଏହି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଯେ ଗୁରୁତ୍ୱପୂର୍ଣ ତାହା ଅନୁଭବ କରିଥିବେ।

Leave a comment