ସମୁଦ୍ର ଗର୍ଭରେ ୩ ଇଂଜିନିୟରିଂ ଛାତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ନିକଟକୁ ପିକ୍ନିକ କରିବାକୁ ଯାଇଥିବା ବେଳେ ସମୁଦ୍ରରେ ବୁଡ଼ିଗଲେ ୩ ଇଂଜିନିୟରିଂ ଛାତ୍ର । ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ସିଲିକନ ଇଞ୍ଜିନିୟରିଂ କଲେଜର ୨୬ ଜଣ ଛାତ୍ର ପିକ୍ନିକ କରିବା ପାଇଁ ଯାଇଥିଲେ । ଅସ୍ତରଙ୍ଗ ପୀର ଜାହାନିଆ ନିକଟ ୬ ଜଣ ଛାତ୍ର ସମୁଦ୍ରରେ ଗାଧୋଉ ଥିବା ସମୟରେ ଏକ ବଡ ଲହଡି ସେମାନଙ୍କୁ ସମୁଦ୍ର ଭିତରକୁ ପ୍ରାୟ ଏକ କିଲୋମିଟର ଟାଣି ନେଇଯାଇଥିଲା । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ଓ ସେମାନକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ କେବଳ ୩ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର ହୋଇଥିବା ଛାତ୍ରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନିଖୋଜ ଥିବା ଛାତ୍ରଙ୍କୁ ଖୋଜିବାକୁ ପୁଲିସ ଓ ସ୍ଥାନୀୟ ଲୋକେ ବହୁ ଉଦ୍ୟମ କରି ଶେଷରେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ ।