କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଲେ ଯୁବତୀ

0

ମହାନଦୀକୁ ପୁଣି ଡେଇଁଲେ ଜଣେ ଯୁବତୀ । କଟକ ଯୋବ୍ରା ବ୍ୟାରେଜ୍‌ରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ବ୍ୟକ୍ତି ଜଣଙ୍କ ଆଉ ଉପରକୁ ଆସି ପାରୁ ନାହାନ୍ତି। ଘଟଣା ସ୍ଥଳରେ ଦମକଳ ବାହିନର ପହଞ୍ଚିଛି ।

ଖବର ଅନୁଯାୟୀ, ଆଜି ଅପରାହ୍ନ ସମୟରେ କଟକ ଯୋବ୍ରା ବ୍ୟାରେଜ୍‌ ନିକଟରେ ଜଣେ ଯୁବତୀ ବ୍ୟାରେଜ୍‌ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି। କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବତୀଙ୍କର ପରିଚୟ ମିଳିପାରିନାହିଁ ।

Leave a comment