ଏଥର ଚନ୍ଦ୍ର ଗ୍ରହଣରେ ଏହି ରାଶିଗୁଡି଼କ ପାଇଁ ଅଶୁଭ ଅଟେ, ପଡିପାରେ ଏଭଳି ଖରାପ ପ୍ରଭାବ

0

ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ତେବେ ଆସନ୍ତା ୧୬ ତାରିଖ ଦିନ (କୁମାର ପୂର୍ଣ୍ଣିମା) ଅବସରରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବା ସୂଚନା ରହିଛି । ଏହି ଚନ୍ଦ୍ରଗ୍ରହଣ ବିଶେଷ ଭାବରେ ଉଲ୍ଲେଖନୀୟ ବୋଲି ବିବେଚନା କରାଯାଏ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଅନ୍ୟପଟେ ଏହାକୁ ନେଇ ଜ୍ୟୋତିର୍ବିଦ ମାନେ ନିଜ ନିଜର ଅଭିଜ୍ଞତା ବଖାଣିଛନ୍ତି ।

ସୂଚନା ଥାଉକି, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ହେଉଛି ଏକ ଭୌଗୋଳିକ ଘଟଣା, ଯାହାର ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଯେତେବେଳେ ବି ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହୁଏ, ଏହାର ପ୍ରଭାବ ରାଶି ଉପରେ ଉଭୟ ଶୁଭ ଏବଂ ଅଶୁଭ ଉପାୟରେ ଦେଖାଯାଏ। ଏଣୁ ବିଜ୍ଞାନ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ବିଶେଷ ମହତ୍ୱ ଉଲ୍ଲେଖ କରାଯାଇଛି । ତେବେ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣରେ ୬ଟି ରାଶି ପାଇଁ ଅଶୁଭ ଥିବାବେଳେ ଅନ୍ୟ ୬ଟି ରାଶି ପାଇଁ ଶୁଭଫଳ ରହିଛି ବୋଲି ଜ୍ୟୋତିର୍ବିଦ କହିଛନ୍ତି ।

ଏମାନଙ୍କ ଭିତରେ ଜ୍ୟୋତିର୍ବିଦ୍‌ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି, ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ। ଏହି ସମୟରେ ୬ଟି ରାଶି ପାଇଁ ଶୁଭ ହୋଇଥିବା ବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ। ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ। ଏଣୁ ଅଶୁଭ ଥିବା ରାଶିର ବ୍ୟକ୍ତିମାନେ ସଚେତନ ରହିବା ସହ ଉକ୍ତ ଦିନ ଦେଖି ଚାହିଁ ଚଳିବା ଆବଶ୍ୟକ ।

Leave a comment