ରବିବାର ସୂର୍ଯ୍ୟଙ୍କୁ ପୂଜନ ସମୟରେ ଏହି ମନ୍ତ୍ରଟି ଜପ କରନ୍ତୁ ଦୂର ହେବ ଆପଣଙ୍କ ସବୁ ସମସ୍ୟା
ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ l ମାନ୍ୟତା ରହିଛି ଯେ ରବିବାର ଦିନ ବିଧିବଦ୍ଧ ଭାବେ ସୂର୍ଯ୍ୟ ଦେବଙ୍କୁ ପୂଜନ କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ସମସ୍ତ ରୋଗ ବୈରାଗରୁ ଆରୋଗ୍ୟ ମିଳିଥାଏ l
ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ରବିବାରରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିଥାଏ ତାର ଜୀବନ ର ସମସ୍ତ କଷ୍ଟ, ରୋଗ, ଅଭାବ ଦୂର ହୋଇଥାଏ l କିନ୍ତୁ ଏହି ଦିବ୍ୟ ମନ୍ତ୍ର କୁ ପାଠ କରିବା ସମୟ ରେ କାହା ପ୍ରତି ଅସତ ଚିନ୍ତା ମନରେ ରଖନ୍ତୁ ନାହିଁ l
ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବାର ଲାଭ :
-ମାନ୍ୟତା ରହିଛି ଯେ ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବ ଙ୍କୁ ତମ୍ବା ପାତ୍ର ରେ ଅର୍ଘ୍ୟ ଦେବା ସମୟ ରେ ଜଳରେ ଅକ୍ଷତ ମିଶାଇ ଅର୍ଘ୍ୟ ଦେଇ ଏହି ଦିବ୍ୟ ମନ୍ତ୍ର ପାଠ କଲେ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ l
-ଯଦି ଆପଣ ରବିବାର ଦିନ ଉପବାସ ବା ବ୍ରତ କରୁଛନ୍ତି ତେବେ ତମ୍ବା ପାତ୍ରରେ ଜଳ ଭରି ସେଥିରେ ଗଙ୍ଗା ଜଳ ଭରି ସୂର୍ଯ୍ୟ ଦେବ ଙ୍କୁ ଅର୍ପଣ କରି ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ଯଶ ପ୍ରାପ୍ତି ହୋଇଥାଏ l
– ପ୍ରତି ରବିବାର ଦିନ ବ୍ରହ୍ମ ମୁହୂର୍ତ୍ତ ରେ ସୂର୍ଯ୍ୟ ଦେବ ଙ୍କୁ ଜଳ ରେ ସାମାନ୍ୟ ଦୁଗ୍ଧ ମିଶାଇ ଅର୍ଘ୍ୟ ଦେଇ ଏହି ଦିବ୍ୟ ମନ୍ତ୍ର ପାଠ କରିବା ଦ୍ୱାରା ସମସ୍ତ ରୋଗ ବୈରାଗ ଦୂର ହୋଇଥାଏ l
– ରବିବାରରେ ଗଙ୍ଗା ଜଳ ଓ ମହୁ ରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଇ ଏହି ଦିବ୍ୟ ମନ୍ତ୍ର ଟି ପାଠ କରିବା ଦ୍ୱାରା ଜୀବନ ରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ଏବଂ ଘରର ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ l
-ଯଦି ଆପଣ ଧନ ସମ୍ବନ୍ଧିତ ସମସ୍ୟା ରେ ଗତି କରୁଛନ୍ତି ଓ ଜୀବନ ଦୁଃଖ ମୟ ହୋଇଛି ତେବେ ପ୍ରତି ରବିବାର ରେ ଆଦିତ୍ୟ ହୃଦୟ ମନ୍ତ୍ର ପାଠ କ୍ଵରିବା ସହିତ ସୂର୍ଯ୍ୟ ଦେବନକୁ ଜଳ ରେ ଅର୍ଘ୍ୟ ଦେଇ କ୍ଷୀରି ଭୋଗ ଲଗାନ୍ତୁ ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ l
– ପିଲାମାନଙ୍କ ଜୀବନ ରେ ସଫଳତା ଓ ଉନ୍ନତି ପାଇଁ ପ୍ରତି ରବିବାର ଦିନ ଗୋଟିଏ ଅଖଣ୍ଡ ଦୀପ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରି ସଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ l