ଆସନ୍ତା ୧୪ରୁ ହେବ ସଂସଦର ଶୀତ ଅଧିବେଶନ ଦେଶ- ବିଦେଶ By ଓଡିଶା ଫାଷ୍ଟ ବ୍ୟୁରୋ Last updated Sep 11, 2020 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତ ଅଧିବେଶନ। କୋଭିଡ ଚ୍ୟାଲେଞ୍ଜ ଭିତରେ ସଂସଦରେ ଅଧିବେଶନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ପାଇଁ ଅଭୂତପୂର୍ବ ସତର୍କତା ଅବଲମ୍ବନ କରାଯାଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଗୃହରେ ଗ୍ଲାସ ସିଲ ବ୍ୟବସ୍ଥା ହୋଇଛି। ଗୃହକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ସହିତ ସାମାଜିକ ଦୂରତା ରକ୍ଷା ଲାଗି ସଦସ୍ୟଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। Related Posts ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ୭ ରେଳ… Jul 17, 2026 ଇସ୍ତଫା ଦେବାକୁ ବାଧ୍ୟ ହେବେକି ଧର୍ମେନ୍ଦ୍ର !! Jun 4, 2026 ସେହିପରି ଅଧିବେଶନରେ ଯୋଗଦେବା ପୂର୍ବରୁ ସାଂସଦମାନଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଉଭୟ ଲୋକ ସଭା ଓ ରାଜ୍ୟ ସଭା ଗୃହରେ ଅଧା ସଂଖ୍ୟକ ସଦସ୍ୟ ଯୋଗଦେବେ। ଏନେଇ ସମସ୍ତ ଦଳକୁ ସିଟ ଆଲର୍ଟ କରାଯାଇଛି। ତେବେ କେଉଁ ଦଳର କେଉଁ ସାଂସଦ ଯୋଗଦେବେ ତାହା ସେହି ଦଳର ମୁଖ୍ୟମାନେ ନିଷ୍ପତ୍ତି ନେବେ। ଅଧିବେଶନ ବେଳେ କାଗଜର ବ୍ୟବହାର ହ୍ରାସ କରାଯିବା ସହିତ ଡିଜିଟାଲ ଓ ଭର୍ଚୁଆଲ ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି ଓମ ବିର୍ଲା କହିଛନ୍ତି। ସେହିପରି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଏଲଇଡି ସ୍କ୍ରିନର ମଧ୍ୟ ବ୍ୟବହାର କରାଯିବ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। NationalOdishaFastThe winter session of Parliament will be held from the 16th of next month 0 Share FacebookTwitterGoogle+ReddItWhatsAppPinterestEmail