ଏଲଏସିରେ ସ୍ଥିତି ଗମ୍ଭୀର କିନ୍ତୁ ସେନାର ମନୋବଳ ଦୃଢ ରହିଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଜାରିରହିଛି। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଗୁରୁତର ରହିଛି। ତେବେ ଏଥି ସହିତ, ଆମର ସୈନିକମାନଙ୍କର ମନୋବଳ ବହୁତ ଦୃଢ ରହିଛି ଏବଂ ସେମାନେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି।ସେନା ମୁଖ୍ୟ କହିଛନ୍ତି, ‘ମୁଁ ଲେହରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲି। ମୁଁ ଅଧିକାରୀ, ଜେସିଓଙ୍କ ସହିତ କଥା ହୋଇ ପ୍ରସ୍ତୁତିର ସମୀକ୍ଷା କରିଛି। ସୈନିକମାନଙ୍କର ମନୋବଳ ଅଧିକ ଦୃଢ ରହିଛି ଏବଂ ସେମାନେ ସମସ୍ତ ଆହ୍ବାନର ମୁକାବିଲା କରିବାକୁ ପ୍ରସ୍ତୁତ। ଜେନେରାଲ ନରୱଣେ କହିଛନ୍ତି, ‘LACରେ ପରିସ୍ଥିତି ଟିକେ ଗମ୍ଭୀର ରହିଛି। LAC ରେ ପରିସ୍ଥିତି ଗମ୍ଭୀର ରହିଛି। ପରିସ୍ଥିତିକୁ ଧ୍ୟାନରେ ରଖି ଆମେ ଆମର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ତଥା ସୁରକ୍ଷା ପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛୁ।

ସୂଚନାଯୋଗ୍ୟ, ସ୍ଥଳସେନା ମୁଖ୍ୟ ଜେନେରାଲ ନରୱଣେ ଦୁଇଦିନିଆ ଲେହ ଗସ୍ତରେ ଯାଇ ଗୁରୁବାର ପୂର୍ବ ଲଦାଖ ଅଞ୍ଚଳସ୍ଥିତ ଆଗୁଆ ଘାଟୀଗୁଡ଼ିକୁ ପରିଦର୍ଶନ କରିଥିଲେ। ଏହି ଗସ୍ତକାଳରେ ସ୍ଥଳସେନା ମୁଖ୍ୟ ସେଠାକାର ପରିସ୍ଥିତିର ସମୀକ୍ଷା କରିବା ସହ ସେନାର ଫାୟାର ଆଣ୍ଡ ଫ୍ୟୁରି ଶାଖାର ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଗୁଆ ଘାଟୀଠାରେ କମାଣ୍ଡରମାନଙ୍କ ସହ ଆଲୋଚନା
କରିଛନ୍ତି।

Leave a comment