ନିର୍ବାହୀଯନ୍ତ୍ରୀଙ୍କୁ ଚପଲରେ ମାରି ଥାନାରେ ଅଟକ ବିଜେପି ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ। ଏହାପରେ ବିଧାୟକ ଓ ସମର୍ଥକଙ୍କୁ ଅଟକ ରଖାଯାଇଛି। ସେପଟେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ଥାନାରେ ଅଟକ ରଖିବା ପ୍ରତିବାଦରେ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ନିଜର ଦବାଦବା ଜାହିର କରିବାକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Leave a comment